FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପରଲୋକରେ ଜେନେରାଲ ବିପିନ୍ ରାୱତ୍‌

ପରଲୋକରେ ଜେନେରାଲ ବିପିନ୍ ରାୱତ୍‌

ପରଲୋକରେ ଜେନେରାଲ ବିପିନ୍ ରାୱତ୍‌
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ପରଲୋକରେ ତିନି ସେନାର ମୁଖ୍ୟ ବିପିନ ରାୱତ୍ । ତାଙ୍କ ବିୟୋଗରେ ଭାରତରେ ବୀରତ୍ୱର ଏକ ଯୁଗର ଅପସାନ ଘଟିଛି । ତାମିଲନାଡୁ କୁନ୍ନୁରରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣା ଗସ୍ତ ହୋଇଥିବାରୁ ସେନା ମୁଖ୍ୟ ବିପିନ ରାୱତଙ୍କ ସମେତ ବିମାନରେ ଥିବା ଅନ୍ୟ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସିଡିଏସ୍ ବିପିନ ରାୱତଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସମେତ ଅନେକ ବଡ଼ ବଡ଼ ନେତା ଦୁଃଖ ପ୍ରକାଶ କରିଛନ୍ତି। କ୍ରାସ୍ ହୋଇଥିବା ସିରିଜ୍ର ହେଲିକପ୍ଟରରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ଲୋକ ସବାର ଥିଲେ। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ପ୍ରଥମେ ପ୍ରଥମେ ବିପିନଙ୍କ ବିୟୋଗ ନେଇ ଭାରତୀୟ ସେନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା। ଆଉ ଏବେ ତାଙ୍କ ବିୟୋଗର ଖବର ଶୁଣି ସାରା ଦେଶକୁ ଶକ୍ତ ଆଘାତ ଲାଗିଛି।। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି ସଂସଦରେ ଏନେଇ ବୟାନ ରଖିଛନ୍ତି । ଏହା ପୂର୍ବରୁ ସେ ଦିଲ୍ଲୀ ସ୍ଥିତ ଜେନେରାଲ ବିପିନ ରାୱତଙ୍କ ବାସଭବନରେ ମଧ୍ୟ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦେଶ ତିନି ସେନାର ମୁରବୀକୁ ହରାଇଲା। ଯାହାଙ୍କ ନେତୃତ୍ୱରେ ଭାରତକୁ ଡରୁଥିଲେ ଚୀନ ଓ ପାକିସ୍ତାନ। ୧୯୫୮ ମସିହା ମାର୍ଚ୍ଚ ୧୬ ତାରିଖରେ ଉତ୍ତରାଖଣ୍ଡର ପୌଡ଼ିରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ରାୱତ। ତାଙ୍କ ପରିବାର ପିଢ଼ି ପରେ ପିଢ଼ି ଭାରତୀୟ ସେନାରେ ନିଜର ସେବା ପ୍ରଦାନ କରିଆସିଛନ୍ତି। ତାଙ୍କ ବାପା ଲକ୍ଷ୍ମଣ ସିଂହ ମଧ୍ୟ ଲେଫ୍ଟନାଣ୍ଟ ଜେନେରାଲ ପଦରେ ରହି ଅବସର ନେଇସାରିଛନ୍ତି। ବିପିନଙ୍କ ମାଆ ଉତ୍ତରାକଣ୍ଡ ଉତ୍ତକାଶୀବାସୀ ହୋଇଥିବା ବେଳେ ପୂର୍ବତନ ବିଧାୟକ କିଶନ ସିଂହଙ୍କ ପରମାରଙ୍କ ଝିଅ ଥିଲେ। ଜେନେରାଲ ରାୱତଙ୍କ ଦୁଇ ଝିଅ ଅଛନ୍ତି। ତାଙ୍କ ପତ୍ନୀ ମଧୁଲିକା ରାୱତ ଆର୍ମି ଭଏଶ୍ ୱେଲ୍ଫେୟାର ଆସୋସିଏସନ୍ ଅଧ୍ୟକ୍ଷା ଅଛନ୍ତି। ଆର୍ମି ଭଏସ ୱେଲ୍ଫେୟାର ଆସୋସିଏସନ୍ ଭାରତର ସବୁଠାରୁ ବଡ଼ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟରୁ ଗୋଟିଏ। ଏହି ସଂଗଠନ ଆରମ୍ଭ ହେବା ଦିନଠାରୁ ଆର୍ମି ଯବାନଙ୍କ ପତ୍ନୀଙ୍କ ସହିତ ସେନା କର୍ମୀଙ୍କ ପରିବାରର ସାମାଜିକ ଶସକ୍ତିକରଣ ଓ କୌଶଳ ନିର୍ମାଣ ଦିଗରେ କାର‌୍ୟ୍ୟ ଜାରି ରଖିଛି। ଅନ୍ୟପଟେ ଜେନେରାଲ ବିପିନ ରାୱତ ଶିମଲା ନିଜର ପାଠ ସାରିବା ପରେ ଏନ୍ଡିଏ ଓ ଆଇଏମ୍ଏ ଡେରାଡୁନରୁ ସେନାରେ ଭର୍ତ୍ତି ହୋଇଥିଲେ। ସେ ୧୯୭୮ରୁ ସେନାରେ ସାମିଲ୍ ହୋଇଥିଲେ। ସେ ମେରଠ ୟୁନିଭର୍ସିଟିରୁ ମିଲିଟାରୀ-ମିଡିଆ ଷ୍ଟ୍ରେଟେଜିକ ଷ୍ଟଡିଜରେ ପିଏଚ୍ଡି କରଛନ୍ତି। ଜେନେରାଲ ବିପିନ ରାୱତ ୧୭ ଡିସେମ୍ବର ୨୦୧୬ରେ ଜେନେରାଲ ଦଲବୀର ସିଂହ ସୁହାଗଙ୍କ ପରେ ୨୭ ତମ ସେନାଧ୍ୟକ୍ଷ ଭାବେ ଭାରତୀୟ ସେନାର ନେତୃତ୍ୱ ନେଇଥିଲେ। ସେହିପରି ଜାନୁଆରୀ ୧ ତାରିଖ ୨୦୨୦ରେ ତାଙ୍କୁ ଦେଶର ପ୍ରଥମ ସିଡିଏସ୍ ଭାବରେ ନିଯୁକ୍ତି ମିଳିଥିଲା। ସେନା କ୍ଷେତ୍ରରେ ଅନେକ ଅନୁଭବ ଥିବା ବିପିନ ରାୱତ ଉଚ୍ଚାସ୍ଥାନ ଥିବା ଯୁଦ୍ଧ କ୍ଷେତ୍ରରେ ଅନେକ ବର୍ଷ ଧରି କାମ କରିଛନ୍ତି। ଏ ଦିଗରେ ତାଙ୍କର ଉତ୍କୃଷ୍ଟ କାମ ପାଇଁ ତାଙ୍କୁ ‘ପରମ ବିଶିଷ୍ଟ ସେବା ମେଡାଲ୍’ରେ ସମ୍ମାନିତ କରାଯାଇଛି। ତା ସହିତ ତାଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ଯୁଦ୍ଧ ସେବା ମେଡାଲ, ସେନା ମେଡାଲ, ବିଶିଷ୍ଟ ସେବା ମେଡାଲ ଆଦିରେ ସମ୍ମାନିତ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ବିପିନ୍ ରାୱତ ଓ ତାଙ୍କ ପତ୍ନୀଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ଅଣାଯିବ ବୋଲି ଜଣାପଡ଼ିଛି । ଶୁକ୍ରବାର ପତି-ପତ୍ନୀଙ୍କ ମୃତଦେହ ତାଙ୍କ ଘରକୁ ନିଆଯିବ । ଦିନ ୧୧ଟାରୁ ୨ଟା ଯାଏଁ ଅନ୍ତିମ ଦର୍ଶନ ପାଇଁ ଅନୁମତି ଦିଆଯିବ । ଏହାପରେ କାମରାଜ ମାର୍ଗରୁ କ୍ୟାଣ୍ଟେନମେଣ୍ଟର ବରାଡ଼ ଚୌରହା ଯାଏଁ ଅନ୍ତିମ ଶୋଭାଯାତ୍ରା ଯିବ । ଅନ୍ତିମ ସଂସ୍କାରରେ ବିପିନଙ୍କ ସାନ ଭାଓ ଭଉଣୀ ଉପସ୍ଥିତ ରହିବେ । ଅନ୍ୟପଟେ ବିପିନ୍ ରାୱତଙ୍କ ଦେହାନ୍ତ ପରେ ଉତ୍ତରାଖଣ୍ଡରେ ତିନିଦିନିଆ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ରୀୟ ସୁରକ୍ଷା ସମ୍ପର୍କିତ କ୍ୟାବିନେଟରେ ହେଲିକପ୍ଟର ଦୁର୍ଘଟଣାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିପିନ୍ ରାୱଙ୍କ ଘରକୁ ଯାଇ ସମ୍ପର୍କୀୟଙ୍କୁ ଭେଟି ସାନ୍ତ୍ୱନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts