FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଚାଲିଛି ଏକଚ୍ଛତ୍ରବାଦୀ ଶାସନ, ନିର୍ଯାତନାର ସୀମା ଲଂଘିଛି

ଚାଲିଛି ଏକଚ୍ଛତ୍ରବାଦୀ ଶାସନ, ନିର୍ଯାତନାର ସୀମା ଲଂଘିଛି

ଚାଲିଛି ଏକଚ୍ଛତ୍ରବାଦୀ ଶାସନ, ନିର୍ଯାତନାର ସୀମା ଲଂଘିଛି
SHARE NOW :

ଲାଇଭ ଓଡିଶା ନ୍ୟୁଜ: ଆଜି ମଧ୍ୟ କିଛି ଦେଶରେ ବନ୍ଧକ ମୁନରେ ଜନତାଙ୍କୁ ଶାସନ କରାଯାଉଛି । ଗଣତନ୍ତ୍ରର ସମର୍ଥକଙ୍କୁ ଦମନ କରାଯାଉଛି । ଏହା ସହିତ ଏକଚ୍ଛତ୍ରବାଦୀ ଶାସନକୁ ପ୍ରୋତ୍ସାହନ ଦିଆଯାଉଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମିଆଁମାରର ଉତ୍ତର-ପଶ୍ଚିମ ସଗାଇଙ୍ଗ ଅଂଚଳର ଡାନତାୱ ଗାଁରେ । ସେଠାକାର ସୈନ୍ୟମାନେ ଏକ ଅମାନୁଷିକ କାଣ୍ଡ ଘଟାଇଛନ୍ତି । ସେଠାକାର ସାମରିକ ଶାସକଙ୍କ ନିର୍ଯାତନା ଜନତାଙ୍କ ଉପରେ ସମସ୍ତ ସୀମା ଟପିଛି । ସେଠାକାର ଅଞ୍ଚଳରେ ସୈନ୍ୟବାହିନୀ ୫ ଜଣ ଛୋଟ ପିଲାଙ୍କ ସହିତ ୧୧ ଜଣ ଗ୍ରାମବାସୀଙ୍କୁ ଗୁଳି କରିବା ସହିତ ପରେ ପ୍ରମାଣ ନଷ୍ଟ କରିବା ଲାଗି ସେମାନଙ୍କୁ ଜୀବନ୍ତ ଜଳାଇ ଦେଇଛନ୍ତି। ଏହାର ଭିଡିଓ ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି। ଗୁଳି କରାଯିବା ପରେ ବି କେତେକ ଲୋକ ଜୀବିତ ଥିଲେ। ତେବେ ସେମାନଙ୍କୁ ଜୀବନ୍ତ ଜଳା ଯାଇଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ଏନେଇ ମିଳିତ ଜାତିସଂଘ ପକ୍ଷରୁ ଗଭୀର ଚିନ୍ତା ପ୍ରକଟ କରାଯାଇଛି। ଜାତିସଂଘର ମୁଖପାତ୍ର ଷ୍ଟିଫେନ ଡୁଜାରିକ ଏହି ଘଟଣାରେ ଉଦ୍ବେଗ ପ୍ରକାଶ କରିବା ସହ ଏହି ହିଂସାର ଦୃଢ଼ ନିନ୍ଦା କରି କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଶିଶୁ ଅଛନ୍ତି। ୧୧ ଜଣଙ୍କର କିପରି ମୃତ୍ୟୁ ହେଲା ଅଧିକାରିକସ୍ତରରେ ତାହାର କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ନ୍ୟୁଜ ଏଜେନ୍ସି ଆସୋସିଏଟେଡ ପ୍ରେସ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରାଯାଇ ଏହାର ରିପୋର୍ଟ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *

Related Posts