FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. କରୋନା ଆକ୍ରାନ୍ତ ହେଲେ କମଲ ହାସନ

କରୋନା ଆକ୍ରାନ୍ତ ହେଲେ କମଲ ହାସନ

କରୋନା ଆକ୍ରାନ୍ତ ହେଲେ କମଲ ହାସନ
SHARE NOW :

ଚେନ୍ନାଇ (ଲାଇଭ ଓଡିଶା ବ୍ୟୁରୋ):କରିନା ଅମ୍ରିତା ଙ୍କ ପରେ କରୋନା ଆକ୍ରାନ୍ତ ହେଲେ ଅଭିନେତା ତଥା ରାଜନେତା କମଲ ହାସନ । କମଲ କରୋନା ସଂକ୍ରମିତ ହେବା ସହ ସେ ହୋମ ଆଇସୋଲେସନରେ ଥିବା ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ତେବେ ସେ ଏହା ପୂର୍ବରୁ ୟୁଏସ ଗସ୍ତରେ ଥିଲେ । ଏବଂ ସେଠାରୁ ଫେରିବା ପରେ କରୋନା ଆକ୍ରାନ୍ତ ହୋଇଛନ୍ତି । ଏବଂ ଏବେ ସେ ଆଇସୋଲେସନରେ ଥିବା ନେଇ ସୂଚନା ଦେଇଛନ୍ତି । ଟ୍ବିଟ୍ ପରେ କମଲ ହାସନ ଶୀଘ୍ର କରୋନା ମୁକ୍ତ ହେବା ନେଇ ପ୍ରଶଂସକ ପ୍ରାର୍ଥନା କରିବା ଆରମ୍ଭ କରି ଦେଇଛନ୍ତି । କିଛି ୟୁଜର୍ସ ଏବେ ବିଗ ବୋଷ କିଏ ହୋଷ୍ଟ କରିବ ବୋଲି ପ୍ରଶ୍ନ କରିଛନ୍ତି । କେବଳ ତାମିଲ ସିନେମା ଇଣ୍ଡଷ୍ଟ୍ରୀ ନୁହେଁ, କମଲ ହାସନ ପୂରା ଦେଶରେ ନିଜ ଅଭିନୟ ପାଇଁ କୋଟି କୋଟି ଲୋକଙ୍କ ପ୍ରିୟ ହୋଇପାରିଛନ୍ତି । ବିଭିନ୍ନ ମହଲରୁ ତାଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରାଯାଉଛି ।

Leave a Reply

Your email address will not be published. Required fields are marked *

Related Posts