FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଖେରୀ ହିଂସାକାଣ୍ଡ: ଗିରଫ ହେଲେ ଆଶିଷ ମିଶ୍ରା

ଖେରୀ ହିଂସାକାଣ୍ଡ: ଗିରଫ ହେଲେ ଆଶିଷ ମିଶ୍ରା

ଖେରୀ ହିଂସାକାଣ୍ଡ: ଗିରଫ ହେଲେ ଆଶିଷ ମିଶ୍ରା
SHARE NOW :

ଲକ୍ଷ୍ନୌ(ଲାଇଭ ଓଡିଶା ନ୍ୟୁଜ): ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଘଟିଥିବା ହିଂସାକାଣ୍ଡ ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଗିରଫ । ଶୁକ୍ରବାର କ୍ରାଇମବ୍ରାଞ୍ଚର ନୋଟିସ ପରେ ଶନିବାର ହାଜର ହୋଇଥିଲେ ଆଶିଷ ମିଶ୍ରା । ଗିରଫ ହେବା ପୂର୍ବରୁ ଶନିବାର ଦିନ ଲଖିମପୁର ଖେରୀସ୍ଥିତ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟରେ ତାଙ୍କୁ ୧୨ ଘଣ୍ଟା ଜେରା କରାଯାଇଥିଲା। ଗିରଫ ହେବା ନେଇ ସୂଚନା ପ୍ରଦାନ କରିଛନ୍ତି ସାହାରନପୁର ଡିଆଇଜି ଉପେନ୍ଦ୍ର ଅଗ୍ରୱାଲ ।

ସୂଚନା ଅନୁଯାୟୀ, ଶନିବାର ଆଶିଷ ମିଶ୍ରାଙ୍କୁ ଦିନ ୧୧ ବେଳେ ଲଖିମପୁର ଖେରି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହେବା ନେଇ ନୋଟିସ ଜାରି କରାଯାଇଥିଲା । ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଆଶିଷ ମିଶ୍ରାଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ପଚରା ଉଚରା ଜାରି ରଖିଥିଲା । ତଦନ୍ତ ବେଳେ ତଦନ୍ତକାରୀ ଟିମକୁ ସହଯୋଗ ନକରିବା ସହିତ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇନଥିଲେ ଆଶିଷ ମିଶ୍ରା । ପରେ କ୍ରାଇମବ୍ରାଞ୍ଚର ଏହି ତଦନ୍ତକାରୀ ଟିମ ଆଶିଷ ମିଶ୍ରା ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା । ଏବଂ ଆଇନ ମୁତାବକ ତାଙ୍କୁ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *

Related Posts