- Home
- »
- Breaking News
- »
- ପଇସା ପାଇଁ ନାଟ, ଅର୍ଥ ଆଦାୟ ପାଇଁ କିଙ୍ଗଖାନ୍ଙ୍କ ପୁଅକୁ କରାଯାଇଥିଲା ଗିରଫ
ପଇସା ପାଇଁ ନାଟ, ଅର୍ଥ ଆଦାୟ ପାଇଁ କିଙ୍ଗଖାନ୍ଙ୍କ ପୁଅକୁ କରାଯାଇଥିଲା ଗିରଫ

SHARE NOW :
ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ଧନ ପାଇଁ ମନ ଓ ଧନ ପାଇଁ ଏ ବିଶାଳ ଡ୍ରାମା । ବହୁଚର୍ଚ୍ଚିତ ମୁମ୍ବାଇ ଡ୍ରଗ୍ସ ମାମଲାରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଅର୍ଥ ଆଦାୟ କରିବା ଲାଗି ଆର୍ଯ୍ୟନଙ୍କୁ ଗିରଫ କରିବା ପାଇଁ ପୂର୍ବରୁ ଯୋଜନା ହୋଇଥିଲା ବୋଲି ଜଣେ ସାକ୍ଷୀ ବୟାନ ଦେଇଛନ୍ତି । ମୁମାବଇ ପୋଲିସ ନିକଟରେ ସାକ୍ଷୀ ଜଣକ କହିଛନ୍ତି ଯେ, ଗତ ସେପ୍ଟେମ୍ବର ୨୭ରେ ଆର୍ଯ୍ୟନଙ୍କୁ ଗିରଫ କରିବା ଲାଜି ଯୋଜନା ପ୍ରସ୍ତୁତ ହୋଇଯାଇଥିଲା । ଓ ପରେ ଯୋଜନା ମୁତାବକ ଅକୋଟବର ୨ରେ କ୍ରୁଜ ଜାହାଜରେ ରେଡ ହୋଇଥିଲା । ଏହି ବୟାନ ଦେବା ପରେ ତାଙ୍କ ଠାରୁ ସ୍ୱାକ୍ଷର ନିଆଯାଇଥିଲା । ପାଗାରେ କହିଛନ୍ତି, କ୍ରୁଜରେ ଡ୍ରଗ୍ସ ସେବନ ପ୍ରସଂଗରେ ସୁନୀଲ ପାଟିଲ ନାମକ ଜଣେ ବ୍ୟକ୍ତି ଏନସିବିର ଯୋଗସୂତ୍ରରେ ଥିଲେ ଏବଂ ନିୟମିତ ସୂଚନା ପ୍ରଦାନ କରୁଥିଲେ । ପୂର୍ବରୁ ପାଟିଲଙ୍କ ସମ୍ପର୍କରେ ମଧ୍ୟ ବ୍ୟବସାୟୀ ସାମ ଡି ସୌଜା ନିଜ ବୟାନରେ ଉଲ୍ଲେଖ କରିଥିଲେ । ଗତ କିଛି ମାସ ଧରି ପାଟିଲଙ୍କ ସହ ପାଗାରେ ବାସ କରୁଥିଲେ । ଗତ ସେପ୍ଟେମ୍ବର ୨୭ ତାରିଖରେ ଏକ ତାରକା ହୋଟେଲରେ ପାଟିଲ ରହିଥିଲେ ଏବଂ ସେହି ହୋଟେଲରେ ଅନ୍ୟତମ ସାକ୍ଷୀ କେ.ପି. ଗୋସାଭିଙ୍କ ନାଁରେ ମଧ୍ୟ ଏକ ରୁମ୍ ବୁକ୍ କରାଯାଇଥିଲା । ରେଡର କିଛି ଦିନ ପୂର୍ବରୁ ବିଜେପି କର୍ମୀ ମନୀଷ ଭାନୁଶାଳୀ, ଗୋସାଭି ଓ ପାଟିଲଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା । ଏପରିକି ପାଟିଲଙ୍କୁ ଭାନୁଶାଲୀ ଆଲିଙ୍ଗନ କରିବା ସହ ଏକ ବଡ କାମ ହୋଇଗଲା ବୋଲି କହିଥିଲେ । ଏହା କି କାମ ଥିଲା ସେନେଇ ପାଗାରେ ସୂଚନା ପାଇ ନଥିଲେ । ମାତ୍ର ରେଡ ପରେ ସବୁ କିଛି ସ୍ପଷ୍ଟ ହୋଇଗଲା ବୋଲି ସେ କହିଛନ୍ତି ।