FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ଲିଆଣ୍ଡର ପେସ୍

ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ଲିଆଣ୍ଡର ପେସ୍

ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ଲିଆଣ୍ଡର ପେସ୍
SHARE NOW :

ପଶ୍ଚିମବଙ୍ଗ(ଲାଇଭ ଓଡିଶା ନ୍ୟୁଜ): ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ଭାରତର ପ୍ରସିଦ୍ଧ ଟେନିସ୍ ଖେଳାଳୀ ଲିଆଣ୍ଡର ପେସ୍ । ବିଧିବଦ୍ଧ ଭାବେ ଟିଏମ୍ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି। ଏହି ଅବସରରେ ମମତା କହିଥିଲେ, ଲିଆଣ୍ଡର ପେସ୍ ମୋ ସାନ ଭାଇ ଭଳି। ସେ ଟିଏମ୍ସିରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସ୍। ମୁଁ ତାଙ୍କୁ ବହୁ ଦିନରୁ ଜାଣିଛି। ମମତା ବାନାର୍ଜୀ ତିନି ଦିନିଆ ଗୋଆ ଗସ୍ତରେ ଅଛନ୍ତି। ଗତକାଲି ସନ୍ଧ୍ୟାରେ ସେ ଆସି ଏଠାରେ ପହଞ୍ଚିଥିଲେ। ସେ ଏଠାରେ ଟିଏମ୍ସି କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ବିଜେପି ତାଙ୍କୁ ହିନ୍ଦୁ ବିରୋଧୀ ବୋଲି କହୁଛି। ତାଙ୍କ ଚରିତ୍ରକୁ ନେଇ ପ୍ରମାଣପତ୍ର ଦେବା ଅଧିକାର ବିଜେପିର ନାହିଁ। ତାଙ୍କ ପାର୍ଟି ଟିଏମ୍ସି- ମନ୍ଦିର, ମସ୍ଜିଦ୍ ଓ ଚର୍ଚ୍ଚ ପାଇଁ ଉଦ୍ଦିଷ୍ଟ। ତାଙ୍କ ଦଳ ଲୋକଙ୍କୁ ଧର୍ମ ଆଧାରରେ ଭାଗ କରେ ନାହିଁ। ଲିଆଣ୍ଡରଙ୍କ ଭଳି ଆଜି ଅଭିନେତ୍ରୀ ନଫୀସା ଅଲୀ ମଧ୍ୟ ଟିଏମ୍ସିରେ ଯୋଗ ଦେଇଛନ୍ତି। ସେହି ଏକା କାର‌୍ୟ୍ୟକ୍ରମରେ ସେ ଟିଏମ୍ସିରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

Related Posts