- Home
- »
- Breaking News
- »
- ୫୦୦୦ମହିଳାଙ୍କ ପ୍ରସବରେ ସାହାଯ୍ୟ କରିଥିବା ନର୍ସଙ୍କ ମୃତ୍ୟୁ
୫୦୦୦ମହିଳାଙ୍କ ପ୍ରସବରେ ସାହାଯ୍ୟ କରିଥିବା ନର୍ସଙ୍କ ମୃତ୍ୟୁ

SHARE NOW :
ମହାରାଷ୍ଟ୍ର(ଲାଇଭ ଓଡିଶା ନ୍ୟୁଜ): ୫୦୦୦ ମହିଳାଙ୍କ ପ୍ରସବରେ ସାହାଯ୍ୟ କରାଇ ନିଜ ପ୍ରସବରେ ପ୍ରାଣ ହରାଇଲେ ଜଣେ ୩୮ବର୍ଷୀୟ ନର୍ସ । ଏଭଳି ଘଟଣା ଘଙ୍କିଛି ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଳାରେ । ନିଜ ସନ୍ତାନକୁ ଜନ୍ମ ଦେବା ପରେ ଜଟିଳତା ହେତୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ନଭେମ୍ବର ୨ରେ ହିଙ୍ଗୋଲି ସିଭିଲ ହସ୍ପିଟାଲରେ ମହିଳା ଜଣକ ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଥିଲେ। ନିମୋନିଆ ଏବଂ ଅନ୍ୟାନ୍ୟ ଜଟିଳତା କାରଣରୁ ରବିବାର ଦିନ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ହିଙ୍ଗୋଲି ସିଭିଲ ହସ୍ପିଟାଲର ରେସିଡେଣ୍ଟାଲ ମେଡିକାଲ ଅଫିସର କହିଛନ୍ତି, “ଜ୍ୟୋତି ଗାୱଲି ହିଙ୍ଗୋଲି ସିଭିଲ ହସ୍ପିଟାଲର ଲେବର ରୁମରେ ପୋଷ୍ଟ ହୋଇଥିଲେ। ସେ ଡେଲିଭରିର ଶେଷ ଦିନ ପର୍ୟ୍ୟନ୍ତ କାମ କରିଥିଲେ ଏବଂ ପରେ ପ୍ରସବ ପାଇଁ ଯାଇଥିଲେ। ” ସେ କହିଛନ୍ତି ଯେ ଗାୱଲି ଗତ ଦୁଇ ବର୍ଷ ଧରି ସିଭିଲ ହସ୍ପିଟାଲରେ ନର୍ସ ଭାବରେ କାର୍ୟ୍ୟ କରୁଥିଲେ। “ରବିବାର ଦିନ ତାଙ୍କର ଦେହାନ୍ତ ହୋଇଛି। ଗାୱଲି ତାଙ୍କର ପାଞ୍ଚ ବର୍ଷ ସେବାରେ ପ୍ରାୟ ୫୦୦୦ ପ୍ରସବ କରିବାରେ ସାହାଯ୍ୟ କରିଥିଲେ।”