FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କପି ପାଇଁ ଇଲେଟ୍ରୋନିକ୍ ମାସ୍କ

କପି ପାଇଁ ଇଲେଟ୍ରୋନିକ୍ ମାସ୍କ

କପି ପାଇଁ ଇଲେଟ୍ରୋନିକ୍ ମାସ୍କ
SHARE NOW :

ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ସ୍ମାର୍ଟ ଇଣ୍ଡିୟାର ସ୍ମାର୍ଟ ଷ୍ଟୁଣ୍ଡେଣ୍ଟ୍ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଆପଣାଇଲେ ନୂଆ ତରୀକା । କପି କରିବାର ନୂଆ ତରୀକା କିଛି ସମୟ ପାଇଁ ସେଠାରେ ଥିବା ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏଭଳି ଘଟଣା ଘଟିଛି ମହାରାଷ୍ଟ୍‌ର ହିଞ୍ଜେୱାଡି ସ୍ଥିତ ଏକ ସ୍କୁଲ୍ରେ । ଇଲେକ୍ଟ୍ରୋନିକ୍ ଯନ୍ତ୍ରାଂଶ ଲାଗିଥିବା ମାସ୍କ ପିନ୍ଧି ପରୀକ୍ଷା ହଲ୍ରେ ପ୍ରବେଶ କରୁଥିବା ବେଳେ ଜଣେ ପରୀକ୍ଷାର୍ଥୀ ପୋଲିସ୍ ହାତରେ ଧରାପଡ଼ିଥିଲେ। ହେଲେ ତାଙ୍କର ଏହି କପି କରିବାର ହାଇଟେକ୍ ଜୁଗାଡ଼ ପୋଲିସ୍ ଜାଣିବା ପରେ ସେ ଘଟରାସ୍ଥଳରୁ ଫେରାର ହୋଇଯାଇଛନ୍ତି। ହିଞ୍ଜେୱାଡି ସ୍ଥିତ ଏକ ସ୍କୁଲ୍ରେ ପୋଲିସ କନଷ୍ଟେବଲ୍ ପରୀକ୍ଷା ଦେବା ପାଇଁ ଜଣେ ପରୀକ୍ଷାର୍ଥୀ ମୁହଁରେ ମାସ୍କ ପିନ୍ଧି ପରୀକ୍ଷା ହଲ୍ ଭିତରକୁ ପ୍ରବେଶ କରୁଥିବା ବେଳେ ତାଙ୍କୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା, ପରୀକ୍ଷାର୍ଥୀ ଜଣକ ପିନ୍ଧି ଥିବା ମାସ୍କରେ ଇଲେକ୍ଟ୍ରୋନିକ୍ ଯନ୍ତ୍ରାଂଶ ଲାଗିଛି।ଏଥିରେ ଗୋଟିଏ ସିମ୍ କାର୍ଡ, ମାଇକ୍ ଓ ବ୍ୟାଟେରୀ ଲାଗିଥିବା ଜଣାପଡ଼ିଥିଲା। ପୋଲିସ୍ ଏହା ଜାଣିବା ପରେ ପରୀକ୍ଷାର୍ଥୀ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାକୁ ନେଇ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ବିରୋଧରେ ହିଞ୍ଜେୱାଡି ଥାନାରେ ମାମଲା ରୁଜୁ ହୋଇଛି। ତାଙ୍କୁ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Related Posts