FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ମନ୍ଦିରରେ ଯୁବକଙ୍କୁ ପିଟିପିଟି ହତ୍ୟା, ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ

ମନ୍ଦିରରେ ଯୁବକଙ୍କୁ ପିଟିପିଟି ହତ୍ୟା, ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ

ମନ୍ଦିରରେ ଯୁବକଙ୍କୁ ପିଟିପିଟି ହତ୍ୟା, ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ
SHARE NOW :

ଉତ୍ତରପ୍ରଦେଶ (ଲାଇଭ ଓଡିଶା ନ୍ୟୁଜ): ମନ୍ଦିର ପରିସରରେ ଲାଗିଲା ରକ୍ତର ଛିଟା । ପିଟିପିଟି ଯୁବକଙ୍କୁ କଲେ ହତ୍ୟା । ଏଭଳି ଅଘଟଣ ଘଟିଛି ଶିଖଙ୍କ ସବୁଠାରୁ ଇଙ୍ଗ ଧାର୍ମିକସ୍ଥଳ ସ୍ୱର୍ଣ୍ଣ ମନ୍ଦିରରେ । ଗତ ଶନିବାର ଦିନ ଉତ୍ତରପ୍ରଦେଶର ଯୁବକ ଜଣକ ସ୍ୱର୍ଣ୍ଣ ମନ୍ଦିରରେ ଗୁରୁ ଗ୍ରନ୍ଥ ସାହିବକୁ ଅସମ୍ମାନ କରିବାକୁ ପ୍ରୟାସ କରିଥିଲା । ସେ ସେଠାରେ ରଖାଯାଇଥିବା ଶ୍ରୀସାହିବ ଉଠାଇ ନେଇଥିଲା । ଯାହା ଫଲରେ ଉତ୍ତ୍ୟକ୍ତ ଲୋକମାନେ ରୁଣ୍ଡ ହୋଇ ଯୁବକକୁ ପିଟିପିଟି ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ସ୍ବର୍ଣ୍ଣ ମନ୍ଦିରରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଶିରୋମଣି ଗୁରୁଦ୍ବାର ପ୍ରବନ୍ଧକ କମିଟି କାର‌୍ୟ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯୁବକଙ୍କୁ ଦେଖାଇବାକୁ ଏବଂ ଶବ ପୁଲିସକୁ ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି। ଅମୃତସର ଡିସିପି ପରମିନ୍ଦର ସିଂହ ଭଣ୍ଡାଲା ଯୁବକଙ୍କ ଶବକୁ ସିଭିଲ ହସ୍ପିଟାଲକୁ ପଠାଇ ଦେଇଛନ୍ତି। ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି ଯେ ଯୁବକ ଦର୍ଶନାର୍ଥୀଙ୍କ ମଧ୍ୟରେ ସାମିଲ ଥିଲା। ତାଙ୍କ ଆଗରେ ଜଣେ ଶିଖ୍ ଯୁବକ ଛିଡା ହୋଇଥିଲେ। ସେ ପ୍ରଣାମ କରିବା ସମୟରେ ଯୁବକ ଧାଇଁ ଯାଇ ଭିତରେ ପଶି ଯାଇଥିଲା। ସେ ଗୁରୁଗ୍ରନ୍ଥ ସାହିବ ଆଗରେ ରଖାଯାଇଥିବା କୃପାଣ ଉଠାଇ ନେଇଥିଲେ। କିଛି ସେବକ ତାଙ୍କୁ ସେଠାରୁ ଉଠାଇ ନେଇଯାଇ ପିଟି ପିଟି ହତ୍ୟା କରିଥିଲେ।

Leave a Reply

Your email address will not be published. Required fields are marked *

Related Posts