FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ବିବାଦିୟ ମନ୍ତବ୍ୟ ପାଇଁ ନଜର ବନ୍ଦିରେ ମେହବୁବା ମୁଫତି

ବିବାଦିୟ ମନ୍ତବ୍ୟ ପାଇଁ ନଜର ବନ୍ଦିରେ ମେହବୁବା ମୁଫତି

ବିବାଦିୟ ମନ୍ତବ୍ୟ ପାଇଁ ନଜର ବନ୍ଦିରେ ମେହବୁବା ମୁଫତି
SHARE NOW :

ଜମ୍ମୁ-କଶ୍ମୀର (ଲାଇଭ ଓଡିଶା ବ୍ୟୁରୋ):ପୁଣି ବିବାଦରେ ମେହବୁବା ମୁଫତି । ନିଜ ବିବାଦିୟ ମନ୍ତବ୍ୟକୁ ନେଇ ପୁଇ ଚର୍ଚ୍ଚରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି । ନିଜ ମନ୍ତବ୍ୟ ପାଇଁ ନିଜ ଘରେ ନଜର ବନ୍ଦିରେ ଅଛନ୍ତି ମେହବୁବା । ସୋମବାର ସୁରକ୍ଷାକକର୍ମୀଙ୍କ ଦ୍ବାରା ହୋଇଥିବା ଏନକାଉଣ୍ଟରେ କିଛି ଆତଙ୍କବାଦଙ୍କୁ ମାରିଥିଲେ । ତେବେ ଏହି ସମୟରେ ମୁଫତି କହିଥିଲେ କି ଘାଟିରେ ଆତଙ୍କବାଦଙ୍କୁ ମାରାଯାଉଛି କି ନାହିଁ ତାହା କାହାକୁ ଜଣାନାହିଁ । ସେ ଦାବି କରି କହିଥିଲେ କି ସୋମବାର ହୋଇଥିବା ଏନକାଉଣ୍ଟରରେ ତିନି ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ବରଣ ହୋଇଛି । ସେ ଆହୁରି କହିଥିଲେ କି ଘାଟିରେ ଆତଙ୍କବାଦ ନାମରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଉଛି । ଏହା ପୂର୍ବରୁ ଯେତେବେଳେ ଘାଟିରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢ଼ାଯାଇଥିଲା ସେ ସମୟରେ ମଧ୍ୟ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ।ତେବେ ଏହି ସମୟରେ ଆଜି ମେହବୁବା ମୁଫତି ଜାମ୍ମୁ ସ୍ଥିତ କାର‌୍ୟ୍ୟାଳୟରେ ଏକ ରାଲିରେ ସମ୍ବୋଧିତ କରିଥିଲେ । ସେହି ସଭାରେ ସେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସଭାରେ ଥିବା କାର‌୍ୟ୍ୟକର୍ତ୍ତା ନାରା ଦେଇଥିଲେ କି କାଶ୍ମୀରେ ସାଧାରଣ ଲୋକଙ୍କ ହତ୍ୟାକୁ ବନ୍ଦ କର । ତେବେ କର୍ମକର୍ତ୍ତାଙ୍କ ଏହି ନାରାକୁ ମେହବୁବା ମୁଫତି ମଧ୍ୟ ସମର୍ଥନ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଥିଲେ ।
ତେବେ ଏହି ନିଷ୍ପତି କେନ୍ଦ୍ର ସରକାରଙ୍କ ବିରୋଧରେ ମହେବୁବା ମୁଫତି ମୁହଁ ଖୋଲିବା ପରେ ଏପରି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ପରବର୍ତ୍ତୀ ଆଦେଶ ନଆସିବା ପର‌୍ୟ୍ୟନ୍ତ ତାଙ୍କୁ ତାଙ୍କ ଘରେ ନଜର ବନ୍ଦୀ ରଖାଯାଇଛି । ନିଜେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ମଧ୍ୟ ଆତଙ୍କବାଦ କୁ ସମର୍ଥନ କରିବା ଏକ ନିନ୍ଦନୀୟ ବିଷୟ ।

Leave a Reply

Your email address will not be published. Required fields are marked *

Related Posts