- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ପତଳା ହେବା ନିଶାରେ କୁପୋଷଣର ଶିକାର ହେଲେ ମଡେଲ୍
ପତଳା ହେବା ନିଶାରେ କୁପୋଷଣର ଶିକାର ହେଲେ ମଡେଲ୍

SHARE NOW :
ନୂଆଦିଲ୍ଲୀ ୧୪.୯ (ଲାଇଭ୍ ଓଡିଶା ନ୍ୟୁଜ୍): ଅଷ୍ଟ୍ରେଲିଆରେ ଜଣେ ମଡେଲ ଏକ ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି। ୨୯ ବର୍ଷିୟା ବ୍ରିଜେଟ୍ ମଲକମ୍ କହିଛନ୍ତି ଯେ ସେ ଯେଉଁ କମ୍ପାନୀରେ କାମ କରୁଥିଲେ ତାଙ୍କୁ ପତଳା ହେବା ପାଇଁ ଏତେ ଚାପ ପକାଯାଇଥିଲା ଯେ ସେ କୁପୋଷଣର ଶିକାର ହୋଇଗଲେ। ସେ ଏହା ସେତେବେଳେ ଅନୁଭବ କଲେ ଯେତେବେଳେ ସେ ପାହାଚ ଚଢି ପାରିନଥିଲେ ଏବଂ ତଳେ ପଡ଼ିଯାଇଥିଲେ।
ସୂଚନା ଅନୁଯାୟୀ, ବ୍ରିଜେଟ୍ ମଲକମ୍ ଜଣେ ଅଷ୍ଟ୍ରେଲୀୟ ମଡେଲ୍। କିଛି ସମୟ ପୂର୍ବରୁ ବ୍ରିଜେଟ୍ ଏକ ପ୍ରସିଦ୍ଧ ଲେଡିଜ୍ ଅଣ୍ଡରଗାର୍ମେଟ୍ସ କମ୍ପାନୀ ପାଇଁ କାମ କରୁଥିଲେ। ନିକଟରେ ମଡେଲ୍ କମ୍ପାନୀ ସହ ଜଡିତ ଏପରି ଏକ ରହସ୍ୟ ପ୍ରକାଶ କରିଛନ୍ତି, ଯାହା ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ବ୍ରିଜେଟ୍ କହିଛନ୍ତି ଯେ ଏହି ଘଟଣା ୨୦୧୫-୧୬ ସମୟର। କମ୍ପାନୀ ତାଙ୍କ ସହ ଅନେକ ମଡେଲଙ୍କୁ ମଧ୍ୟ ପତଳା ହେବାକୁ ଚାପ ପକାଉଥିଲା।
କମ୍ପାନୀ ଚାହୁଁଥିଲା ଯେ ତାର ମଡେଲଗୁଡିକ ପତଳା ହୁଅନ୍ତୁ ଯାହା ଦ୍ୱାର ସେମାନେ ବିଜ୍ଞାପନ ସମୟରେ ଭଲ ଦେଖାଯିବେ। ବର୍ତ୍ତମାନ ମଡେଲ୍ ସେହି କମ୍ପାନୀ ଛାଡି ଦେଇଛନ୍ତି।