FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆଜି ଜି-୨୦ ସମ୍ମିଳନୀ ବୈଠକ, ମୋଦି କରିବେ ସମ୍ବୋଧିତ

ଆଜି ଜି-୨୦ ସମ୍ମିଳନୀ ବୈଠକ, ମୋଦି କରିବେ ସମ୍ବୋଧିତ

ଆଜି ଜି-୨୦ ସମ୍ମିଳନୀ ବୈଠକ, ମୋଦି କରିବେ ସମ୍ବୋଧିତ
SHARE NOW :

ନୂଆଦିଳ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଆଜି ଅନୁଷ୍ଠିତ ହେବ ଜି-୨୦ ସମ୍ମିଳନୀ ର ବୈଠକ । ତାଲିବାନ ଅଧିକୃତ ଆଫଗାନିସ୍ତାନକୁ ସଙ୍କଟର ବଂଚାଇବାକୁ ଭାରତ ସମେତ ଜି-୨୦ ସମୂହ ଦେଶର ନେତା ଆଜି ଏକ ବୈଠଳରେ ଯୋଗ ଦେବେ । ଆମେରିକା, ଚାଇନା, ଫ୍ରାନ୍ସ, ଜାପାନ, ଭାରତ. ଅଷ୍ଟେଲିଆ, ଜର୍ମାନୀ ଭଳି ବିଶ୍ୱର ଅର୍ଥବ୍ୟବସ୍ଥା ସଂପନ୍ନ ଦେଶ ଇଟାଲିର ଅଧ୍ୟକ୍ଷତାରରେ ଅନୁଷ୍ଠିତ ବୈଠଳରେ ଯୋଗ ଦେବେ । ଆଫଗାନିସ୍ତାନକୁ ତାଲିବାନ ପ୍ରାୟ ୨ମାସ ହେବ ନିଜ ଅଧୀନକୁ ନେଇଜ୍ଞଲାଣି । ଆଫଗାନ୍‌ବାସୀ ଦେଶ ଛାଡିବା, ଆମେରିକା ସେନା ପ୍ରତ୍ୟାମର୍ତ୍ତନ କରିବା ଓ ଶେଷରେ ତାଲିବାନ କାବୁଲକୁ ଅଧିକାର କରିବା ଇତ୍ୟାଦି ଏହାଭିତରେ ଘଟିସାରିଲାଣି । ଚଳିତ ମାସ ଶେଷରେ ରୋମରେ ହେବାକୁ ଯାଉଥିବା ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ବିଶ୍ୱର ୮୦ ପ୍ରତିଶତ ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ଦେଶ ଭର୍ଚୁଆଲ ବୈଠକରେ ଯୋଗଦେବେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ସମ୍ବୋଧିକ କରିବେ । ବିଶେଷ କରି ଆଫଗାନିସ୍ତାନ ସଙ୍କଟକୁ ନେଇ ଏହି ବୈଠକ ଡକାଯାଇଛି । ଏହି ବୈଠକର ଆଫଗାନ ଲୋକଙ୍କ ପାଇଁ ସହାନୁଭୁତି ଓ ସହଯୋଗକୁ ନେଇ ଆଲୋଚନା କରାଯିବାକୁ ଥିବା ବେଳେ ତାଲିବାନ ସଂଖ୍ୟାଲଘୁ ଓ ମହିଳାଙ୍କ ଉପରେ ଅତ୍ୟାଚାର ନ କରିବା ଉପରେ ଗୁରୁତ୍ୱ ଦିଆଯିବ ।

Leave a Reply

Your email address will not be published. Required fields are marked *

Related Posts