FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ବିଦ୍ୟୁତ ବକେୟା ବିଲ୍ ପୈଠ କରିନାହାଁନ୍ତି ନବଜୋତ ସିଂ ସିଦ୍ଧୁ, ୮ ଲକ୍ଷ ଟଙ୍କା ବାକି

ବିଦ୍ୟୁତ ବକେୟା ବିଲ୍ ପୈଠ କରିନାହାଁନ୍ତି ନବଜୋତ ସିଂ ସିଦ୍ଧୁ, ୮ ଲକ୍ଷ ଟଙ୍କା ବାକି

ବିଦ୍ୟୁତ ବକେୟା ବିଲ୍ ପୈଠ କରିନାହାଁନ୍ତି ନବଜୋତ ସିଂ ସିଦ୍ଧୁ, ୮ ଲକ୍ଷ ଟଙ୍କା ବାକି
SHARE NOW :

ପଞ୍ଜାବ(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବକେୟା ବିଦ୍ୟୁତ ବିଲ୍ ପୈଠ କରିନଥିବାରୁ ଅମୃତସର ଶକ୍ତି ବିଭାଗର ମୁଖ୍ୟ ଇଞ୍ଜିନିୟର ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ।

ତାଙ୍କୁ କୌଣସି ବିଶେଷ ରିହାତି ଦିଆଯିବନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି, “ମୁଁ ଏହି ବିଷୟରେ ଅବଗତ ନୁହେଁ। ସବ୍ ଡିଭିଜନାଲ ଅଧିକାରୀମାନେ ନିଶ୍ଚୟ ଜାଣିଥିବେ। ତାଙ୍କୁ କୌଣସି ବିଶେଷ ରିହାତି ଦିଆଯାଇନଥିଲା। ଆମେ ଏହି ଘଟଣାର ଅନୁସନ୍ଧାନ କରିବୁ।”

ପଞ୍ଜାବ ଷ୍ଟେଟ ପାୱାର କର୍ପୋରେସନ୍ ଲିମିଟେଡ୍ ୱେବସାଇଟ୍ ଅନୁଯାୟୀ ସିଦ୍ଧୁ ତାଙ୍କ ଅମୃତସର ଘରର ୮,୬୭,୫୪୦ ଟଙ୍କା ବିଦ୍ୟୁତ୍ ବିଲ୍ ଦେଇ ନାହାଁନ୍ତି ଏବଂ ଦେୟ ଦେବାର ଶେଷ ତାରିଖ ଜୁଲାଇ ୨ ଥିଲା।

Leave a Reply

Your email address will not be published. Required fields are marked *

Related Posts