- Home
- »
- Breaking News
- »
- ସେନାର ଗୋଟିଏ ଭୁଲ ସାଜିଲା କାଳ, ନାଗାଲାଣ୍ଡରେ ପରିସ୍ଥିତି ଗମ୍ଭୀର
ସେନାର ଗୋଟିଏ ଭୁଲ ସାଜିଲା କାଳ, ନାଗାଲାଣ୍ଡରେ ପରିସ୍ଥିତି ଗମ୍ଭୀର

SHARE NOW :
ନାଗାଲାଣ୍ଡ(ଲାଇଭ ଓଡିଶା ନ୍ୟୁଜ): ସେନାର ଗୋଟିଏ ଭୁଲ ପାଇଁ ଆଜି ଜଳୁଛି ନାଗାଲାଣ୍ଡ । ଶନିବାର ରାତିରେ ଘଟିଯାଇଥିବା ଗୋଟିଏ ଦୁର୍ଘଟଣା ପାଇଁ ଅଂଚଳରେ ସୃଷ୍ଟି ହୋଇଛି ବିସ୍ଫୋରକ ପରିସ୍ଥିତି । ଶନିବାର ରାତିରେ ନାଗାଲାଣ୍ଡ-ମିଆଁମାର ସୀମାନ୍ତ ଜିଲ୍ଲାରେ ଭାରତୀୟ ସେନାର ଉଗ୍ରବାଦ ବିରୋଧୀ ଅପରେସନ ବେଳେ ଘଟିଗଲା ଏକ ବଡ ଦୁର୍ଘଟଣା । ଭୁଲ ତଥ୍ୟ ଯୋଗୁ ସେନାର ଗୁଳିମାଡରେ ଟଳିପଡିଲେ ୧୫ଜଣ ଗ୍ରାମବାସୀ । ଯାହାକୁ ବିରୋଧ କରି ଆଜକୁ ଦୁଇଦିନ ହେବ ରାଜ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ସଂପୃକ୍ତ ଅଞ୍ଚଳର ଲୋକେ ଉତ୍ତ୍ୟକ୍ତ ହୋଇ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଚଳାଇଛନ୍ତି। ଏଥିରେ ଜଣେ ସୁରକ୍ଷା ଯବାନ ପ୍ରାଣ ହରାଇଥିବା ବେଳେ ବିଭିନ୍ନ ଅଞ୍ଚଳକୁ ବ୍ୟାପୁଥିବା ହିଂସାରେ ବର୍ତମାନ ସୁଦ୍ଧା ଆଉ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାର ଖବର ମିଳିଛି। ହିଂସାକାଣ୍ଡରେ ଅନେକ ଯବାନ ଏବଂ ଗ୍ରାମବାସୀ ଆହତ ହୋଇଥିବାର ଖବର ମିଳିଛି। ଉଗ୍ରବାଦୀ ଭାବି ଗ୍ରାମବାସୀଙ୍କ ଉପରେ ଗୁଳିମାଡ଼ ପାଇଁ ସେନା ଦୁଃଖ ପ୍ରକାଶ କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଘୋଷଣା କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ରିଓ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ଏବଂ ଶାନ୍ତି ବଜାୟ ରଖିବା ଲାଗି ଅନୁରୋଧ କରିଛନ୍ତି। ରବିବାର ସନ୍ଧ୍ୟାରେ ଏକ ବିବୃତିରେ ସେନା ପକ୍ଷରୁ କୁହାଯାଇଛି ଯେ ଏକ ଭୁଲ୍ ତଥ୍ୟ ଉପରେ ବିଶ୍ବାସ କରିବାରୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଉଛି ଏବଂ ଦୋଷୀ ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।