- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ୟୁଟ୍ୟୁବରେ ଆଉ ଚାଲିବନି ଭିଡିଓ ଜାରି ହେଲା ନୂଆ ନିୟମ
ୟୁଟ୍ୟୁବରେ ଆଉ ଚାଲିବନି ଭିଡିଓ ଜାରି ହେଲା ନୂଆ ନିୟମ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଆପଣମାନେ ଦୈନଦିନ ଜୀବନରେ ୟୁଟ୍ୟୁବର ବ୍ୟବହାର ବହୁଳ ଭାବରେ କରୁଥିବେ । କୈାଣସି ତଥ୍ୟ ପାଇବା ପାଇଁ ହେଉ କି କମେଡି ଭିଡିଓ ପାଇଁ ହେଉ ସାଧାରଣରେ ୟୁଟ୍ୟୁବକୁ ଲୋକମାନେ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । କିନ୍ତୁ ଏବେ ୟୁଟ୍ୟୁବ୍ ରେ ଆଉ ଚାଲିବନି କୈାଣସି ଭିଡିଓ । ୟୁଜର୍ସମାନେ ଏବେ କେବଳ ଅଡିଓ ଶୁଣିପାରିବେ । ଏନେଇ ୟୁଟ୍ୟୁବ ପକ୍ଷରୁ ଆସିଛି ଏକ ନୂଆ ଅପଡେଟ୍ ।
ୟୁଟ୍ୟୁବ ମ୍ୟୁଜିକରେ ଏଣିକି ୟୁଜର୍ସମାନେ କେବଳ ଅଡିଓ ଶୁଣିପାରିବେ ଭିଡିଓ ଦେଖିପାରିବେ ନାହିଁ । ଏହି ପରିବର୍ତ୍ତନ କେବଳ ୟୁଟ୍ୟୁବ ମ୍ୟୁଜିକରେ କରାଯାଇଛି । ଏହି ଅପଡେଟ୍ ଗତ ୩ ତାରିଖରେ କାନାଡ଼ାରେ କରାଯାଇଥିବା ବେଳେ ଭାରତ ସହ ଅନ୍ୟ ଦେଶମାନଙ୍କରେ କେବେ ତାହା ଲାଗୁ ହେବ ସେନେଇ କୌଣସି ସୂଚନା ଦିଆଯାଇନାହିଁ । ତେବେ ଯେଉଁ ୟୁଜର୍ସ ୟୁଟ୍ୟୁବ ପ୍ରିମିୟମ ସବସ୍କ୍ରାଇବ କରିନାହାନ୍ତି, ସେମାନେ ଅନ-ଡିମାଣ୍ଡ ମ୍ୟୁଜିକ୍ ଶୁଣି ପାରିବେ ନାହିଁ କି ଅସୀମିତ ସ୍କିପ୍ କରିପାରିବେ ନାହିଁ । ତେବେ ଏଥିରେ ପୂର୍ବ ପରି ବିଜ୍ଞାପନ ଚାଲିବ ବୋଲି କୁହାଯାଇଛି । ଗୁଗଲ ପକ୍ଷରୁ କୁହାଯାଇଛି ଯେ, ଫ୍ରି ୟୁଜର୍ସମାନେ ୟୁଟ୍ୟୁବ ଆପର ବ୍ୟବହାର କରି ବ୍ୟାକଗ୍ରାଉଣ୍ଡରେ ସଂଗୀତର ମଜା ନେଇପାରିବେ । ସେମାନେ ୟୁଟ୍ୟୁବରେ ଉପଲବ୍ଧ ସମସ୍ତ ଗୀତ ଓ ପ୍ଲେଲିଷ୍ଟକୁ ଶୁଣି ପାରିବେ ।