FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମାଲାରେ ନୂଆ ମୋଡ, ଓଡିଶା କ୍ୟାଡର ଆଇପିଏସ୍ ସଂଜୟ ସିଂହଙ୍କୁ ତଦନ୍ତ ଭାର

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମାଲାରେ ନୂଆ ମୋଡ, ଓଡିଶା କ୍ୟାଡର ଆଇପିଏସ୍ ସଂଜୟ ସିଂହଙ୍କୁ ତଦନ୍ତ ଭାର

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମାଲାରେ ନୂଆ ମୋଡ, ଓଡିଶା କ୍ୟାଡର ଆଇପିଏସ୍ ସଂଜୟ ସିଂହଙ୍କୁ ତଦନ୍ତ ଭାର
SHARE NOW :

ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ବହୁଚର୍ଚ୍ଚିତ ମୁମ୍ବାଇ ଡ୍ରଗ୍ସ ମାମଲା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏଥିରେ ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ ହୋଇଥିଲେ । ଏହି ମାମଲା ଏବେ ନୂଆ ମୋଡ ନେଇଛି । ମାମଲାକୁ ତଦନ୍ତ କରୁଥିବା ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ତଦନ୍ତରୁ ହଟାଯାଇଛି । ଓ ଏହି ହାଇପ୍ରୋଫାଇଲ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାର ଦାୟିତ୍ୱ ନେଇଛନ୍ତି ଓଡିଶା କ୍ୟାଡର ଆଇପିଏସ୍ ସଂଜୟ ସିଂହ । ଦିଲ୍ଲୀ ଏନସିବି ପକ୍ଷରୁ ଗଠିତ ଏସଆଇଟିର ନେତୃତ୍ୱ ନେଉଚନ୍ତି ସଂଜୟ ସିଂହ । ଆଇପିଏସ ସଂଜୟ ସିଂହଙ୍କୁ ତଦନ୍ତ ଭାର ଦିଆଯାଇଥିବା ବେଳେ ଅନ୍ୟ ୫ଟି ମାମଲାକୁ ମଧ୍ୟ ଏନସିବିର ଦିଲ୍ଲୀ ଜୋନକୁ ହସ୍ତାନ୍ତର କରାଯାଇଛି । ଏଥିପାଇଁ ସେ ଆଜି ଦିଲ୍ଲୀରୁ ମୁମ୍ବାଇ ଗସ୍ତ କରିଛନ୍ତି । ସଂଜୟ ସିଂହ ୧୯୯୬ ବ୍ୟାଚ୍ ଓଡିଶା କ୍ୟାଡର ଆଇପିଏସ ଅଫିସର । କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ସେ ସମ୍ଭାଳିଛନ୍ତି । ଓଡିଶା ପୋଲିସରେ ଅତିରିକ୍ତ କମିଶନର ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ଆଇଜି ପଦକୁ ଉନ୍ନିତ ହୋଇଥିଲେ । ସେହିପରି ସିବିଆଇରେ ମଧ୍ୟ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି । ଏହାପରେ ଏନସିବିରେ ଆଇଜି ଅପରେସନ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ଡ୍ରଗ୍ସ ମାମଲାର ସେ ତଦନ୍ତ କରିଛନ୍ତି । ସେଥିପାଇଁ ତାଙ୍କୁ ଡ୍ରଗ୍ସ ବିରୋଧୀ ଟାସ୍କଫୋର୍ସର ନେତୃତ୍ୱ ଦିଆଯାଇଛି । ତେଣୁ ତାଙ୍କୁ ଏବେ ଆର‌୍ୟନ ଖାନ ଓ ନବାବ ମଲିକଙ୍କ ଜ୍ୱାଇଁଙ୍କ ଡ୍ରଗ୍ସ ମାମଲାର ତଦନ୍ତ ଭାର ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Related Posts