FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଦକ୍ଷିଣ ଆଫ୍ରିକାରୁ ଭାରତକୁ ପ୍ରବେଶ କଲା ନୂଆ ଭାରିଆଣ୍ଟ

ଦକ୍ଷିଣ ଆଫ୍ରିକାରୁ ଭାରତକୁ ପ୍ରବେଶ କଲା ନୂଆ ଭାରିଆଣ୍ଟ

ଦକ୍ଷିଣ ଆଫ୍ରିକାରୁ ଭାରତକୁ ପ୍ରବେଶ କଲା ନୂଆ ଭାରିଆଣ୍ଟ
SHARE NOW :

ନୂଆଦିଲ୍ଲୀ (ଲାଇଭ ଓଡିଶା ବ୍ୟୁରୋ): ଭାରତକୁ ପ୍ରବେଶ କଲା ଓମିକ୍ରନ ୍ । ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିବା ଜଣେ ନାଗରିକଙ୍କ ପାଇଁ ଏବେ ଚିନ୍ତା ବଢିଛି । ସାଉଥ ଆଫ୍ରିକାରୁ ମହାରାଷ୍ଟ୍ର ଫେରୁଥିବା ଯାତ୍ରୀଙ୍କ ଠାର କୋଭିଡ଼ ପଜିଟିଭ ଥିବା ନେଇ ଜଣା ପଡ଼ିଛି । ତେବେ ଉକ୍ତ ଯାତ୍ରୀଙ୍କ ଠାରେ କୋଭିଡ଼ ଚିହ୍ନଟ ପରେ ଆଲର୍ଟ ଜାରି କରାଯାଇଥିଲା । ଏହା ପରେ ସଂକ୍ରମିତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କୋଭିଡ଼ର ଏହି ନୂଆ ଭ୍ୟାରିଆଣ୍ଟ ଓମିକ୍ରନଙ୍କୁ ଚିନ୍ତା ଜନକ ଭୂତାଣୁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସେପଟେ ଏହି ମାରାତ୍ମକ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନାର ନୂଆ ଭ୍ୟାରିଆଣ୍ଟ ସମଗ୍ର ବିଶ୍ୱରେ ଚିନ୍ତ ଜନକ ପରିସ୍ଥିତ ସୃଷ୍ଟି କରିଛି । ଓମିକ୍ରନ ପାଇଁ ନୂଆ ଗାଇଡଲାଇନ୍ ଜାରି କଲେ କେନ୍ଦ୍ର ସରକାର । ଡିସେମ୍ବର ପହିଲାରୁ ଲାଗୁ ହେବ ନୂଆ ଗାଇଡଲାଇନ ।
ସୂଚନା ମୁତାବକ ୧୨ଟି ଦେଶରୁ ଫେରୁଥିବା ଯାତ୍ରୀଙ୍କୁ ବିମାନବନ୍ଦରରେ ଯାଞ୍ଚ କରାଯିବ । କୋଭିଡ ଟେଷ୍ଟ ରିପୋର୍ଟ ଆସିବା ପର‌୍ୟ୍ୟନ୍ତ ସେମାନେ ସଂଗରୋଧରେ ରହିବେ । ରିପୋର୍ଟ ନେଗେଟିଭ ଆସିଲେ ବି ୭ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ । ୭ଦିନ ପରେ ପୁଣି ଥରେ କରୋନା ଟେଷ୍ଟ କରିବାକୁ ହେବ । ଏଥିସହ ୧୪ ଦିନର ଯାତ୍ରା ବିବରଣୀ ଦାଖଲ କରିବାକୁ କେନ୍ଦ୍ର ସରକାର ଗାଇଡଲାଇନ୍ରେ ଉଲ୍ଲେଖ କରିଛନ୍ତି । କରୋନା ଭାଇରସ୍ର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍’କୁ ନେଇ ସମଗ୍ର ବିଶ୍ବବାସୀ ଚିନ୍ତିତ ଅଛନ୍ତି। ଭାରତରେ ମଧ୍ୟ ଓମିକ୍ରନ୍କୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି। ସରକାର ଏହି ନୂଆ ଭ୍ୟାରିଆଣ୍ଟକୁ ନେଇ ସତର୍କ ଅଛନ୍ତି। କାରଣ ଅନ୍ୟ ଦେଶ ଗୁଡ଼ିକରେ ଏବେ ଏହି ସଂକ୍ରମଣ କାୟା ବସ୍ତାର କରୁଛି
କରୋନାର ଏହି ନୂଆ ଭ୍ୟାରିଆଣ୍ଟକୁ ନେଇ ଏମ୍ସର ନିର୍ଦ୍ଦେଶକ ଡ.ରଣଦୀପ ଗୁଲେରିଆ କହିଛନ୍ତି ଯେ କରୋନା ଟିକା ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଣ୍ଟିବଡି ଏହି ଭାରିଆଣ୍ଟ ଆଗରେ ପ୍ରଭାବଶାଳୀ ହୋଇପାରେ ।

Leave a Reply

Your email address will not be published. Required fields are marked *

Related Posts