FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. କରୋନାର ନୂଆ ଭାରିଆଣ୍ଟ “ଓମିକ୍ରିନ”,ନ୍ୟୁୟର୍କରେ ଲକଡାଉନ୍

କରୋନାର ନୂଆ ଭାରିଆଣ୍ଟ “ଓମିକ୍ରିନ”,ନ୍ୟୁୟର୍କରେ ଲକଡାଉନ୍

କରୋନାର ନୂଆ ଭାରିଆଣ୍ଟ “ଓମିକ୍ରିନ”,ନ୍ୟୁୟର୍କରେ ଲକଡାଉନ୍
SHARE NOW :

ନ୍ୟୁୟର୍କ (ନୀଳାଚଳ ଲାଇଭ ଓଡିଶା):ବିଶ୍ୱରେ ଧୀରେଧୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।କିଛି ଦିନର ଆଶ୍ୱସ୍ଥି ପରେ ପୁଣି ଫେରୁଛି କରୋନା । ଏକ ନୂଆ ରୂପ ନୂଆ ନା “ଓମିକ୍ରିନ” । ଏଭଳି ସ୍ଥିତିରେ ଆମେରିକାର ନ୍ୟୁୟର୍କରେ ଜାରି ହୋଇଛି ଜରୁରୀକାଳୀନ ସ୍ଥିତି। ନ୍ୟୁୟର୍କ ଗଭର୍ଣ୍ଣର କାଥି ହୋଚୁଲ କହିଛନ୍ତି ଗତବର୍ଷ ତୁଳନାରେ ସଂକ୍ରମଣ ସ୍ଥିତି ଗମ୍ଭୀର ହୋଇଥିବା ବେଳେ ହସ୍ପିଟାଲ ଆଡମିଶନ ସଂଖ୍ୟା ମଧ୍ୟ ବଢିଛି।ଆସନ୍ତାବର୍ଷ ଜାନୁଆରୀ ୧୫ ଯାଏ ସହରରେ ଏହି ସ୍ଥିତି ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି। ସ୍ଥିତିର ମୁକାବିଲା ଲାଗି ଟିକାକରଣ ପ୍ରକ୍ରିୟାକୁ ଗୁରୁତ୍ବ ଦିଆଯାଇଛି । ନୂଆ ଭାଇରସ ଓମିକ୍ରନର ସମ୍ଭାବ୍ୟ ପ୍ରବେଶ ଦୃଷ୍ଟିକୁ ନଜରରେ ରଖି ବର୍ତ୍ତମାନଠାରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଠାବ ହେବା ପରେ ଆମେରିକା, ବ୍ରିଟେନ, କାନାଡା ଓ ଅନେକ ୟୁରୋପୀୟ ରାଷ୍ଟ୍ର ବିଭିନ୍ନ କଟକଣା ଜାରି କରିଛନ୍ତି।ସେହିଭଳି ଭାରତରେ ମଧ୍ୟ ଶିକ୍ଷାନୁଷ୍ଠାନ ଗୁଡିକରେ ସଂକ୍ରମଣ ହାର ବୃଦ୍ଧିନେଇ ଚିନ୍ତାରେ ସରକାର ।

Leave a Reply

Your email address will not be published. Required fields are marked *

Related Posts