FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ନଭେମ୍ବର ୩୦ ଯାଏ ବିଦେଶକୁ ଉଡିପାରିବନି ବିମାନ: ଡିଜିସିଏ

ନଭେମ୍ବର ୩୦ ଯାଏ ବିଦେଶକୁ ଉଡିପାରିବନି ବିମାନ: ଡିଜିସିଏ

ନଭେମ୍ବର ୩୦ ଯାଏ ବିଦେଶକୁ ଉଡିପାରିବନି ବିମାନ: ଡିଜିସିଏ
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ପୁଣି ବିମାନ ଉଡାଣ ଉପରେ ଲାଗିଲା କଟକଣା । ଆସନ୍ତା ନଭେମ୍ବର ୩୦ଯାଏ ଆନ୍ତର୍ଜାତୀୟ ବ୍ୟବସାୟିକ ବିମାନ ସେବା ଉପରେ ରୋକ ଲଗାଇଛି ଡିଜିସିଏ । କରୋନା ସଂକ୍ରମଣ ପାଇଁ ପ୍ରାୟ ଦେଢ ବର୍ଷରୁ ଅଥିକ ହେବ ବିଦେଶକୁ ବ୍ୟବସାୟିକ ବିମାନ ଉଡାଣ ବନ୍ଦ ରହିଛି । କେବଳ କିଛି ନିର୍ଦ୍ଦିଷ୍ଟ ରୁଟ୍ରେ ଓ ସ୍ୱତନ୍ତ୍ର ଅନୁମୋଦନ ପ୍ରାପ୍ତ ଦେଶକୁ ଭାରତକୁ ବିମାନ ଉଡ଼ାଣ କରୁଛି । ଆସନ୍ତା ନଭେମ୍ବର ୩୦ ତାରିଖ ରାତି ୧୧.୫୯ ଯାଏ ଭାରତରୁ ଓ ଭାରତକୁ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ ରହିବ । ତେବେ କିଛି ନିର୍ଦ୍ଦିଷ୍ଟ ରୁମରେ ସ୍ୱତନ୍ତ୍ର ଅନୁମୋଦନ ପରେ ବିମାନ ଚଳାଚଳ କରିବ । ସେହିରି ଯାତ୍ରୀବାହୀ ବିମାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ କାରଗୋ ଅପରେସନକୁ ଏଥିରୁ ବାଦ ଦିଆଯାଇଛି । ପୂର୍ବରୁ ଭାରତରୁ ଓ ଭାରତକୁ ସମସ୍ତ ପ୍ରକାରର ଜରୁରୀ ଏବଂ ମାଲବାହୀ ବିମାନ ଚଳାଚଳ ଜାରି ରହିବ ବୋଲି ଡିଜିସିଏ କହିଛି ।

Leave a Reply

Your email address will not be published. Required fields are marked *

Related Posts