FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆଜିଠୁ ଆରମ୍ଭ ହେବ ଓଜେଇଇ କାଉନସେଲିଂ, ୨୧ ନଭେମ୍ବରରେ ସିଟ୍ ଆଲର୍ଟମେଂଟ

ଆଜିଠୁ ଆରମ୍ଭ ହେବ ଓଜେଇଇ କାଉନସେଲିଂ, ୨୧ ନଭେମ୍ବରରେ ସିଟ୍ ଆଲର୍ଟମେଂଟ

ଆଜିଠୁ ଆରମ୍ଭ ହେବ ଓଜେଇଇ କାଉନସେଲିଂ, ୨୧ ନଭେମ୍ବରରେ ସିଟ୍ ଆଲର୍ଟମେଂଟ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ); ଆଜିଠୁ ଆରମ୍ଭ ହେବ ଓଜେଇଇ କାଉନସେଲିଂ । ଛାତ୍ରଛାତ୍ରୀମାନେ ପଞ୍ଜୀକରଣ କରିବା ସହିତ ଚଏସ ଲକିଂ ମଧ୍ୟ କରିପାରିବେ । ଯାହା ୨ ତାରିଖରେ ସରିବ । ବିଟେକ୍, ବିଆର୍କ, ବିପ୍ଲାନ୍, ବିକ୍ୟାଟ୍ ଓ ଇଣ୍ଟିଗ୍ରେଟେଡ୍ ଏମ୍ଏସ୍ସି ପାଠ୍ୟକ୍ରମର କାଉନ୍ସେଲିଂ ହେବ । ୫ ନଭେମ୍ବରରେ ପ୍ରଥମ ପର‌୍ୟ୍ୟାୟ ସିଟ୍ ଆଲଟ୍ମେଣ୍ଟ ପ୍ରକାଶ ପାଇବ । ୫ରୁ ୮ ତାରିଖ ଭିତରେ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ରିପୋର୍ଟିଂ ଓ ଫି\’ ଦାଖଲ କରିବେ । ଏହାପରେ ବିଟେକ୍ ର‌୍ୟାଙ୍କଧାରୀ ଓ ଆଗରୁ ପଞ୍ଜୀକରଣ କରିନଥିବା ଜେଇଇ ମେନ୍ ର‌୍ୟାଙ୍କଧାରୀମାନେ ସ୍ୱତନ୍ତ୍ର ଓଜେଇଇ ପାଇଁ ୬ରୁ ୧୧ ନଭେମ୍ବର ଯାଏ ପଞ୍ଜୀକରଣ କରିପାରିବେ ।୧୪ ନଭେମ୍ବରରେ ଦ୍ୱିତୀୟ ପର‌୍ୟ୍ୟାୟ ସିଟ୍ ଆଲଟ୍ମେଣ୍ଟ ହେବ । ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୪ରୁ ୧୬ ତାରିଖ ଭିତରେ ଅନ୍ଲାଇନ୍ ରିପୋର୍ଟିଂ କରିବେ । ୨୧ ନଭେମ୍ବରରେ ଶେଷ ପର‌୍ୟ୍ୟାୟ ସିଟ୍ ଆଲଟ୍ମେଣ୍ଟ କରାଯିବ । ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍ରେ ଦେଖିପାରିବେ ।

Leave a Reply

Your email address will not be published. Required fields are marked *

Related Posts