FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଦେଶରେ ଚିହ୍ନଟ ହେଲା ଓମିକ୍ରନ୍ ଭ୍ୟାରିଆଣ୍ଟ ସଂକ୍ରମଣ, ଏକାଧିକ ରାଜ୍ୟରେ ବଢିଲା କଟକଣା

ଦେଶରେ ଚିହ୍ନଟ ହେଲା ଓମିକ୍ରନ୍ ଭ୍ୟାରିଆଣ୍ଟ ସଂକ୍ରମଣ, ଏକାଧିକ ରାଜ୍ୟରେ ବଢିଲା କଟକଣା

ଦେଶରେ ଚିହ୍ନଟ ହେଲା ଓମିକ୍ରନ୍ ଭ୍ୟାରିଆଣ୍ଟ ସଂକ୍ରମଣ, ଏକାଧିକ ରାଜ୍ୟରେ ବଢିଲା କଟକଣା
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଡରାଇଲାଣି କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଏହି ବିପଦପୂର୍ଣ୍ଣ ଭାରିଆଣ୍ଟ ଓମିକ୍ରନ ଗତକାଳି ବାଙ୍ଗାଲୋରରୁ ଚିହ୍ନଟ ହେବା ପରେ ଏହା ଚିନ୍ତା ବଢାଇଦେଇଛି । ଜଣେ ୬୬ ଓ ଅନ୍ୟ ଜଣେ ୪୬ ବର୍ଷୀୟ ବ୍ୟକ୍ତି ଓମିକ୍ରନ୍ ପଜିଟିଭ ଚିହ୍ନଟ ହେବା ପରେ କର୍ଣ୍ଣାଟକ ସରକାର ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ପ୍ରଶାସନ ଓମିକ୍ରନ୍ ପଜିଟିଭଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରିଦେଇଛି। ରୋଗୀ ଦ୍ବୟଙ୍କ ଜୀନୋମ ସିକ୍ବେନ୍ସିଂ ପାଇଁ ନମୁନା ପଠାଯାଇଛି। ଯଦି ଏହି ଭ୍ୟାରିଆଣ୍ଟ ଡେଲ୍ଟା ଭଳି ହୁଏ, ତାହେଲେ ସଂକଟ ବଢ଼ିବ। କରୋନା ଭାଇରସ ନ ବ୍ୟାପିବା ପାଇଁ କେନ୍ଦ୍ର ସରକାର ବ୍ୟପକ ପଦକ୍ଷେପ ନେଇଛନ୍ତି। ଡେଲଟା ଭ୍ୟାରିଆଣ୍ଟ ତୁଳନାରେ ୫ଗୁଣ ଦ୍ରୁତଗତିରେ ବଢ଼ିପାରୁଥିବାରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତର ପ୍ରଦେଶ ସରକାରଙ୍କୁ ଠାରୁ ତାମିଲନାଡୁ ପର‌୍ୟ୍ୟନ୍ତ ତମାମ ସରକାର ପ୍ରଟୋକଲକୁ ଅଧିକ ମଜବୁତ କରିଦେଇଛନ୍ତି। ହାଇରିକ୍ସ ଦେଶରୁ ଆସୁଥିବା ଯାତ୍ରୀମାନେ ଯେତେବେଳେ ମହାରାଷ୍ଟ୍ରର ବିମାନବନ୍ଦରରେ ଓହ୍ଲାଇବେ, ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ। ସେମାନଙ୍କର ତୁରନ୍ତ ଆରଟିପିସିଆର ପରୀକ୍ଷା ହେବ ଏବଂ ବାଧ୍ୟତାମୂଳକ ଭାବେ ୭ ଦିନ ସଂଗରୋଧରେ ରହିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *

Related Posts