- Home
- »
- Breaking News
- »
- ଆତଙ୍କ ଖେଳାଉଛି ଓମିକ୍ରନ: ୨୩ରାଷ୍ଟ୍ରରୁ ଚିହ୍ନଟ ହେଲେଣି ସଂକ୍ରମିତ
ଆତଙ୍କ ଖେଳାଉଛି ଓମିକ୍ରନ: ୨୩ରାଷ୍ଟ୍ରରୁ ଚିହ୍ନଟ ହେଲେଣି ସଂକ୍ରମିତ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ସାରା ବିଶ୍ୱରେ ଆତଙ୍କ ଖେଳାଉଛି କରୋନାର ନୂଆ ପ୍ରଜାତି ଓମିକ୍ରନ୍ । ଅଧିକାଂଶ ୟୁରୋପୀୟ ରାଷ୍ଟ୍ରରେ ଓମିକ୍ରନ ତାର କାୟା ମେଲାଇଚାଲିଛି । କରୋନାର ନୂଆ ପ୍ରଜାତି ଓମିକ୍ରନ ଏବେ ୨୩ରାଷ୍ଟ୍ରକୁ ବ୍ୟାପିଲାଣି । ଏହି ନୂଆ ଭାରିୟାଂଟ ପ୍ରଥମେ ନଭେମ୍ବର ୨୪ରେ ୟୁରୋପରେ ଚିହ୍ନଟ ହୋଇଥିଲା । ଏହା ଅନ୍ୟ ପ୍ରଜାତିଠାରୁ ଅଧିକ ସଂକ୍ରାମକ ହୋଇଥିବା ବେଳେ ଏଥିପାିଁ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ ଅନୁସାରେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗ, ଅସୁସ୍ଥ ଏବଂ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିବା ଲୋକମାନେ ଭ୍ରମଣ ବନ୍ଦ କରିବା ଉଚିତ। ଗରିବ ରାଷ୍ଟ୍ରମାନେ ଏବେ ଟିକା ପାଇଁ ସଂଘର୍ଷ କରୁଥିବା ବେଳେ ଓମିକ୍ରନ୍ର ଆବିର୍ଭାବ ସଙ୍କଟ ବଢ଼ାଇ ଦେଇଛି । ‘ହୁ’ କହିଛି ଯେ ଓମିକ୍ରନ୍ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା। ଏବେ ଏହା ଅଷ୍ଟ୍ରେଲିଆ, ଇଟାଲି ଏବଂ ବ୍ରିଟେନ୍ ସମେତ ୨୩ ରାଷ୍ଟ୍ରକୁ ବ୍ୟାପିଲାଣି । ଅଷ୍ଟ୍ରେଲିଆର ସିଡ୍ନିରେ ୨ ଜଣ ଓମିକ୍ରନ୍ ପ୍ରଜାତିରେ ସଂକ୍ରମିତ ହୋଇଥିବା ୱେ ଜର୍ମାନୀରେ ୨ଟି ମାମଲା, କାନାଡ଼ାରେ ୨ଟି ମାମଲା, ନେଦରଲାଣ୍ଡ୍ , ଇସ୍ରାଏଲ, ସାଉଦି ଆରବ, ସ୍ବିଜରଲାଣ୍ଡ୍, ବେଲଜିୟମ, ଇଟାଲି, ହଂକଂରେ ବି ଓମିକ୍ରନ୍ ପ୍ରଜାତି ଚିହ୍ନଟ ହୋଇଛି । ତେବେ ସବୁଠୁ ଚିନ୍ତାଜନକ ହେଉଛି ଦକ୍ଷିଣ ଆଫ୍ରିକାରେ ଏବେ ସଂକ୍ରମଣ ରକେଟ ବେଗରେ ମାଡ଼ିଲାଣି । ନଭେମ୍ବର ମଧ୍ୟ ଭାଗରେ ଦକ୍ଷିଣ ଆଫ୍ରିକାରେ ଦୈନିକ ସଂକ୍ରମଣ ୩୦୦ ଥିବାବେଳେ ଏବେ ଦୈନିକ ସଂକ୍ରମଣ ୩୦୦୦ ଉପରେ ରହିଛି ।