ଲୋକପ୍ରିୟ ସପିଂ ସାଇଟ୍ ଆମାଜନ ବିକୁଛି ଗଞ୍ଜେଇ

SHARE NOW :
ମଧ୍ୟପ୍ରଦେଶ(ଲାଇଭ ଓଡିଶା ବ୍ୟୁରୋ): ଡିଜିଟାଲ୍ ଜମାନାରେ ଘରେ ବସି ଅର୍ଡର କଲେ ମିଳୁଛି ସବୁକିଛି । ଘରେ ବସି ଅର୍ଡର କଲେ ହାତପାହାନ୍ତା ରେ ପହଞ୍ଚୁଛି ସବୁ ଦରକାରି ବସ୍ତୁ । ତେବେ ଗଞ୍ଜେଇ ଭଳି ନିଶାଦ୍ରବ୍ୟ ବିକ୍ରି ଆମ ଦେଶରେ ଆଇନସିଦ୍ଧ ନୁହେଁ । ତଥାପି ଆଇନ୍ ଆଖିରେ ଅଙ୍ଗୁଠି ଗେଞ୍ଜି ଅନଲାଇନରେ ଚାଲିଛି ଗଞ୍ଜେଇ ବେପାର । ଲୋକପ୍ରିୟ ସପିଂ ସାଇଟ୍ ଆମାଜନ ବିକୁଛି ଗଞ୍ଜେଇ ।
ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲା ପୋଲିସ ହାତରେ ଲାଗିଛି ଏହି ବଡ ପ୍ରମାଣ । ଆମାଜନ ବକ୍ସ ସହ ଓ ଟେପ୍ ସମତେ ବକ୍ସ ଭିତରେ ଥିବା ୨୧ କେଜି ୭୩୪ ଗ୍ରାମ୍ ଗଞ୍ଜେଇକୁ ଜବତ କରିଛି ଗୋହଦ ଚୌରହା ଥାନା ପୋଲିସ । ମାମଲାରେ ପୋଲିସ ଆମାଜନର କାର୍ୟ୍ୟକାରୀ ପ୍ରବନ୍ଧକଙ୍କ ବିରୋଧରେ ଏନଡିପିଏସ୍ ଧାରା ଲଗାଇଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି । ଆମାଜନ ଅନଲାଇନ୍ କାର୍ୟ୍ୟକାରୀ ପ୍ରବନ୍ଧକଙ୍କ ଭୂମିକା ନେଇ ତଦନ୍ତ କରୁଛି ପୋଲିସ ।
ଆଶଙ୍କା କରାଯାଉଛି ଆମାଜନ ଅନଲାଇନ୍ କାର୍ୟ୍ୟକାରୀ ପ୍ରବନ୍ଧକ ଦେଶବ୍ୟାପୀ ମାଦକ ଦ୍ରବ୍ୟର ନେଟୱର୍କ ତିଆରି କରିଥିଲେ । ପୋଲିସ ତଦନ୍ତ ବେଳେ ତଥ୍ୟ ଆଧାରରେ କେତେକ ସହରରେ ରେଡ୍ କରିଛି । ମଧ୍ୟପ୍ରଦେଶରୁ ବିଶାଖାପାଟ୍ଟମ ଲମ୍ବିଛି ଚେର । ଗଞ୍ଜେଇ ଡେଲିଭରି କରିଥିବା ଶ୍ରୀନିବାସ ରାଓ ଓରଫ ବାସୁ, ଆମାଜନ ପିକଅପ୍ ବୟ ଜିରୁ କୁମାର ସ୍ୱାମୀ, କୃଷ୍ଣମ ରାଜୁ, ଆମାଜନ ଅନଲାଇନ୍ ଭ୍ୟାନ୍ ଡ୍ରାଇଭର ଚିପୁଋପଲ୍ଲି ଭେଙ୍କଟେଶ ରାଓଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଖସି ଯାଇଛି ।କିନ୍ତୁ ଏଭଳି ଘଟଣା ଉପରେ ଆମାଜନ କତ୍ତୃପକ୍ଷ ଙ୍କ ମତ ଯେ ଏହି ଘଟଣା ସପୃକ୍ତରେ ସେ ଅବଗତ ନାହାଁନ୍ତି । କି ଆମାଜନ ତରଫରୁ ଏଭଳି ଖିଛି ନିଷା କାରବାର କରାଯାଉନି । ତେବେ ଅଧିକ ତଦନ୍ତ ପରେ ଅହି ଘଟଣା ର ସଂପୂର୍ଣ୍ଣ ତଥ୍ୟ ସାମନା କୁ ଆସିବ ।