FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ମାନସିକ ଚାପରେ ପାକିସ୍ତାନ ସେନା

ମାନସିକ ଚାପରେ ପାକିସ୍ତାନ ସେନା

ମାନସିକ ଚାପରେ ପାକିସ୍ତାନ ସେନା
SHARE NOW :

( ଲାଇଭ ଓଡିଶା ନ୍ୟୁଜ ବ୍ୟୁରୋ):ମାନସିକ ଚାପରେ ପାକିସ୍ତାନୀ ସେନା । ବାରମ୍ବାର ବିଫଳ ପାକିସ୍ତାନ ସେନାକୁ ଆଣିଦେଇଛି ମାନସିକ ଅଶାନ୍ତି । ବିଶାଦରେ ଅଛନ୍ତି ପାକିସ୍ତାନୀ ସେନା । ଗିଇଁନ୍ଦା ସୂତ୍ରରୁ ଜଣା ପଡିଛି ପାକିସ୍ତାନର ଏଭଳି ଅବସ୍ତା । ସୂଚନା ମୁତାବକ ପାକିସ୍ତାନ ଆର୍ମି ଚିଫ ସୈନିକଙ୍କ କାଉନସିଲିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବାରମ୍ବାର ବିଫଳ ଏବଂ ଲଗାତାର କାମର ଚାପ ସେମାନଙ୍କୁ ମାନସିକ ବିକାର ଆଡକୁ ଟାଣି ନେଉଛି । ପାକିସ୍ତାନ ସେନା ପ୍ରମୁଖ ଜନରାଲ ବାଜୱା ସମସ୍ତ କମାଣ୍ଡର୍ସ ଏବଂ ସେନାଙ୍କୁ କାଉନସିଲ୍‌ିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ୨୬୪୦ କାଲୋମିଟରର ସାମା ରହିଛି । ଆଉଗାନିସ୍ତାନରେ ତାଲିବାନ ଅକ୍ତିଆର ପୂର୍ବରୁ ପାକିସ୍ତାନ ସେନା ବର୍ଡର ଉପରେ ଆକ୍ରମଣର ସମୁଖୀନ ହେଉଛନ୍ତି । ଅଧିକ ସମୟ ଧରି ବର୍ଡର ସୁରକ୍ଷାରେ ନିୟୋଜିତ ଥିବା ସେନାଙ୍କୁ ଛୁଟି ନମିବା ମଧ୍ୟ ଗୁଇଁନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳୁଛି । ନିଜ ପରିବାର ଠାରୁ ଅଧିକ ସମୟ ଧରି ଦୂରେଇ ରହୁଥିବା ଏହି ସେନା ପ୍ରମୁଖ ଏବେ ମାନସିକ ଦୁଃଶ୍ଚିନ୍ତାର ସମ୍ମୁଖୀନ ହେଉଛନ୍ତି ।ତେବେ ଏହି ନିଜ ଦେଶର ସେନା ପ୍ରମୁଖଙ୍କ ପାଇଁ ପାକିସ୍ତାନ ସରକାର ଦୃଷ୍ଟି ଦେବା ନିତ୍ୟାନ୍ତ ଆବଶ୍ୟକ ।

Leave a Reply

Your email address will not be published. Required fields are marked *

Related Posts