FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ରାଜଧାନୀରୁ ଧରା ପଡିଲା ପାକ୍ ଆତଙ୍କୀ

ରାଜଧାନୀରୁ ଧରା ପଡିଲା ପାକ୍ ଆତଙ୍କୀ

ରାଜଧାନୀରୁ ଧରା ପଡିଲା ପାକ୍ ଆତଙ୍କୀ
SHARE NOW :

ନୂଆଦିଲ୍ଲୀ( ଲାଇଭ ଓଡିଶା ନ୍ୟୁଜ) : ଆଫଗାନିସ୍ଥାନକୁ ତାଲିବାନ କବଜା କରିବା ପରେ, ସାରା ବିଶ୍ୱ ଆତଙ୍କବାଦୀ ମାନଙ୍କୁ ନେଇ ଚିନ୍ତାରେ ଥିବା ବେଳେ, ରାଜଧାନୀ ଦିଲ୍ଲୀରୁ ଧରାପଡିଛି ଜଣେ ପାକିସ୍ତାନୀ ଆତଙ୍କବାଦୀ । ଲକ୍ଷ୍ମୀନଗର ଅନ୍ତର୍ଗତ ରମେଶ ପାର୍କରୁ ଜଣେ ଆତଙ୍କବାଦୀକୁ ସୋମବାର ରାତି ୯.୩୦ରେ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ । ଭାରତୀୟ ପ୍ରମାଣ ପତ୍ରର ମିଥ୍ୟା ସାର୍ଟିଫିକେଟ ଦେଖାଇ ଦିଲ୍ଲୀରେ ଲୁଚି ରହିଥିଲା ଆତଙ୍କବାଦୀ । ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ୍ ଦ୍ୱାରା ଗିରଫ ହେବା ପରେ ପାକିସ୍ତାନ ଆତଙ୍କୀ ମହମ୍ମଦ ଅଶରଫ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ କରିଛି।


ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍ ଲକ୍ଷ୍ମୀନଗରର ରମେଶ ପାର୍କ ଅଞ୍ଚଳରେ ଚାଲିଥିବା ଆତଙ୍କୀ କାର୍ଯ୍ୟକଳାପ ସମ୍ପର୍କରେ ଖବର ପାଇ ରେଡ୍ କରିଥିଲା। ରେଡ୍ ପରେ ପୁଲିସ୍ ଅଧିକାରୀଙ୍କ ପଞ୍ଝାରେ ଅଶରଫ ପଡ଼ିଥିଲା। ତା’ ନିକଟରୁ ଏକେ -୪୭ ରାଇଫଲ, ୬୦ ରାଉଣ୍ଡ ଗୁଳି ସହ ଅତିରକ୍ତ ମାଗାଜିନ, ଗୋଟିଏ ହ୍ୟାଣ୍ଡ ଗ୍ରେନେଡ, ୨ଟି ଅତ୍ୟାଧୁନିକ ପିସ୍ତଲ ଓ ୫୦ ରାଉଣ୍ଡ ଗୁଳି ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *

Related Posts