- Home
- »
- Breaking News
- »
- ପୁଣି ଘାରିଲା ଚିନ୍ତା, ୩୭ପଇସା ବୃଦ୍ଧି ହେଲା ପେଟ୍ରୋଲ ଦର
ପୁଣି ଘାରିଲା ଚିନ୍ତା, ୩୭ପଇସା ବୃଦ୍ଧି ହେଲା ପେଟ୍ରୋଲ ଦର

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ନିଆଁ ବ୍ୟାପିବା ଭଳି ବଢିଚାଲିଛି ପେଟ୍ରୋଲ ଦର । ତୈଳଦା ବୃଦ୍ଧି ହେବାରେ ବ୍ରେକ୍ ଲାଗୁନି । ଆଜି ପୁଣି ଦେଶରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି । ଆଜି ଡିଜେଲ୍ ଦର ୩୭ ପଇସା ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ୍ ଦର ୪୪ ପଇସା ବୃଦ୍ଧି ପାଇଛି । ଗତକିଛି ଦିନ ଭିତରେ ଦେଶରେ ଅନେକ ରାଜ୍ୟରେ ପେଟ୍ରୋଲ୍ ଦର ୧୦୦ ପାର୍ କରିଛି । ତେବେ ଆଜି ଦିଲ୍ଲୀରେ ପେଟ୍ରୋଲ୍ ଦର ୧୦୮.୯୯ ଟଙ୍କା ଓ ଡିଜେଲ୍ ଦର ଲିଟର ପିଛା ୯୭.୭୨ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ରହିଛି । ସେଠାରେ ପେଟ୍ରୋଲ୍ ଦର ୧୧୪.୮୧ ଟଙ୍କା ରହିଥିବା ବେଳେ ଡିଜେଲ୍ ଦର ୧୦୫.୮୬ ଟଙ୍କା ପ୍ରତି ଲିଟର୍ ରହିଛି । କୋଲକାତାରେ ପେଟ୍ରୋଲ ଓ ଡିଜେଲ୍ ଦର ଯଥାକ୍ରମେ ୧୦୯.୪୬ ଟଙ୍କା ଓ ୧୦୦.୮୪ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ୍ ଦର ଯଥାକ୍ରମେ ୧୦୫.୭୪ ଟଙ୍କା ଓ ୧୦୧.୯୨ ଟଙ୍କା ରହିଛି । ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ପେଟ୍ରୋଲ୍ ଦର ୧୦୦ ଟଙ୍କା ପାର୍ କରିଛି ।