ରୁଷରେ ବିମାନ ଦୁର୍ଘଟଣା: ୧୬ ମୃତ

SHARE NOW :
ମସ୍କୋ(ଲାଇଭ ଓଡିଶା ନ୍ୟୁଜ): ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ । ସ୍କାଏଡାଇଭରଙ୍କୁ ନେଇ ଯାଉଥିବା ସମୟରେ ନିଜର ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି । କେନ୍ଦ୍ରୀୟ ରୁଷିଆର ଟାଟାରସ୍ତାନ ଅଞ୍ଚଳରେ ରବିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୭ ଜଣ ଗୁରତର ଆହତ ମଧ୍ୟ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ ବିମାନ ମଧ୍ୟରୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ୭ଜଣଙ୍କୁ ଏବେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି ।
୨୧ ଜଣ ପାରାଚ୍ୟୁଟ୍ ଡାଇଭରଙ୍କ ସମେତ ୨୩ ଜଣଙ୍କୁ ନେଇ ଯାଉଥିବା ବିମାନଟି ଟାଟାରସ୍ତାନର ମେନଜେଲିନସ୍କ୍ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ଥିବା ୨୩ ଜଣଙ୍କ ମଧ୍ୟରୁ ୧୬ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣଙ୍କୁ ବିମାନର ଭଗ୍ନାବଶେଷ ମଧରୁ ଗୁରୁତର ଆହତ ଅବସ୍ଥାରେ ଜୀବନ୍ତ ଉଦ୍ଧାର କରା ଯାଇଥିଲା ବୋଲି ଜରୁରୀକାଳୀନ ମନ୍ତ୍ରାଳୟ କହିଛି।