FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ପୂବାଞ୍ଚଳ ଏକ୍ସପ୍ରେସ୍‌

ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ପୂବାଞ୍ଚଳ ଏକ୍ସପ୍ରେସ୍‌

ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ପୂବାଞ୍ଚଳ ଏକ୍ସପ୍ରେସ୍‌
SHARE NOW :

ଉତ୍ତରପ୍ରଦେଶ(ଲାଇଭ ଓଡିଶା ନ୍ୟୁଜ): ବହୁ ପ୍ରତିକ୍ଷିତ ପୂର୍ବଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ସୁଲତାନପୁରରେ ଉଦଘାଟନ କରାଯାଇଛି । ମୋଦିଙ୍କ ବିମାନ ଆଜି ଏହି ଏକ୍ସପ୍ରେସ ଓ୍ବେରେ ଅବତରଣ କରିଥିଲା । ହର୍କ୍ୟୁଲସ ବିମାନ ଦ୍ବାରା ଏକ ଏକ୍ସପ୍ରେସ ଓ୍ବେ’ର ପହଞ୍ଚିବାରେ ସେ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତେବେ ଏହା ଉତ୍ତର ପ୍ରଦେଶର ତୃତୀୟ ଏକ୍ସପ୍ରେସ ଓ୍ବେ ଯେଉଁଠାରେ ବାୟୁ ସେନାର ଯୁଦ୍ଧ ବିମାନ ଅବତରଣ କରିଛି । ଏହା ପୂର୍ବରୁ ଆଗ୍ରା ଏକ୍ସପ୍ରେସ ଓ୍ବେ ଓ ଯମୁନା ଏକ୍ସପ୍ରେସ ଓ୍ବେରେ ଯୁଦ୍ଧ ବିମାନ ଅବତରଣ କରିସାରିଛି । ଅନ୍ୟପଟେ ଆଜି ମୋଦି ଏହି ଏକ୍ସପ୍ରେସ ଓ୍ବେକୁ ଉଦଘାଟନ କରିବାର କାର‌୍ୟ୍ୟକ୍ରମ ଥିବାରୁ ଏଠିକାର ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଥିଲା । ମୋଦିଙ୍କ ସଭାର ୧୦ କିଲୋମିଟର ପର‌୍ୟ୍ୟନ୍ତ ଏରିଆ ସୁରକ୍ଷା ଘେରରେ ରହିଥିଲା ।ଟଚ୍ ଆଣ୍ଡ ଗୋ ଅପରେଶନ ମାଧ୍ୟମରେ ଯୁଦ୍ଧ ବିମାନ ଏହି ଏକ୍ସପ୍ରେସ ଓ୍ବେକୁ ଟଚ୍ କରି ପୁଣି ଉଡିବାର କାର‌୍ୟ୍ୟକ୍ରମ ରହିଛି । ଆଜି ଉଦଘାଟନୀ ଉତ୍ସବରେ ହେବାକୁ ଥିବା ଏୟାର ଶୋ’ରେ ସୁଖୋଇ, ମିରାଜ, ରାଫେଲ, ଏଏନ-୩୨, ସୂର‌୍ୟ୍ୟକରିଣ ପରି ଯୁଦ୍ଧ ବିମାନ ଏହି ଏୟାର ଶୋ’ରେ ସାମିଲ ହେବ । ଫ୍ରାନ୍ସଠାରୁ କିଣାଯାଇଥିବା ରାଫେଲ ଯୁଦ୍ଧ ବିମାନ ପ୍ରଥମ ଥର ଭାରତ କେଉଁ ଏକ୍ସପ୍ରେସ ଓ୍ବେରେ ଅବତରଣ କରିବ । ସୁଲତାନପୁରରେ ଏହି ଏୟାର ଷ୍ଟ୍ରିପ୍ ନିର୍ମାଣ ପରେ ଉତ୍ତରପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ଏକ୍ସପ୍ରେସ ଓ୍ବେ’ରେ ତିନୋଟି ଏୟାର ଷ୍ଟ୍ରିପ୍ ନିର୍ମାଣ କରାଯାଇଛି । ସୁଲତାନପୁର ଏୟାର ଷ୍ଟ୍ରିପରେ ବିମାନ ଅବତରଣ କରିବା ପୂର୍ବରୁ ଉତ୍ତର ପ୍ରଦେଶର ଆଗ୍ରା ଏୟାର ଷ୍ଟ୍ରିପରେ ଭାରତୀୟ ବାୟୁ ସେନା ମିରାଜ ୨୦୦୦, ଶୁଖେଇ-୩୦ ଏବଂ ସୁପର ହର୍କ୍ୟୁଲେସ ଯୁଦ୍ଧ ବିମାନକୁ ସଫଳ ଭାବରେ ଅବତରଣ କରିସାରିଛି ।

Leave a Reply

Your email address will not be published. Required fields are marked *

Related Posts