FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପେନସିଲ ଚୋରକୁ ଜେଲରେ ଭର୍ତ୍ତି କରିବା ପାଇଁ ଥାନାରେ ଅଭିଯୋଗ କଲେ କୁନି ପୁଅ

ପେନସିଲ ଚୋରକୁ ଜେଲରେ ଭର୍ତ୍ତି କରିବା ପାଇଁ ଥାନାରେ ଅଭିଯୋଗ କଲେ କୁନି ପୁଅ

ପେନସିଲ ଚୋରକୁ ଜେଲରେ ଭର୍ତ୍ତି କରିବା ପାଇଁ ଥାନାରେ ଅଭିଯୋଗ କଲେ କୁନି ପୁଅ
SHARE NOW :

ଲାଇଭ ଓଡିଶା ନ୍ୟୁଜ: ମୋ ସାଙ୍ଗ ଜଣେ ଚୋର । ବାରମ୍ବାର ମନା କଲେ ମଧ୍ୟ ସେ ପେନସିଲ ଚୋରୀ କରୁଛି । କିଛି ଭି ଶୁଣୁନି । ଏମିତି ଅଭିଯୋଗ ନେଇ ଥାନାରେ ପଂହଚିଲା ଜଣେ କୁନି ପୁଅ । ଯାହାକୁ ଦେଖି ଥାନାରେ ସମସ୍ତେ ଆଶ୍ଚଯ୍ୟ ହୋଇଯାଇଥିଲେ । ପିଲାଟି ଛୋଟ ହେଲେ ମଧ୍ୟ ତାର ବୁଦ୍ଧିକୁ ମାନିବାକୁ ପଡିବ । ଛୋଟବେଳୁ ସେ ଆଇନର କାର୍ଯ୍ୟ ବୁଝିବାକୁ ସକ୍ଷମ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଏକ ପୋଲିସ ଷ୍ଟେସନରେ । ଘଟଣାଟି ଜାଣବା ପୂର୍ବରୁ ପ୍ରଥମେ ଆପଣ ମାନେ ଏହି ଭିଡିଓଟି ଉପରେ ଟିକେ ନଜର ପକାଇଦିଅନ୍ତୁ । ପେନସିଲ୍ ଚୋର ସାଙ୍ଗକୁ ଧରି ଥାନାରେ ପହଞ୍ଚିଲା କୁନି ପୁଅ । ଏବଂ ତାଙ୍କର ବିରଳ ଅଭିଯୋଗ ଶୁଣି ଥାନାରେ ସମସ୍ତେ ହସୁଛନ୍ତି । ସାଙ୍ଗରେ ବସୁଥିବା ପିଲାଟି ସବୁଦିନ ପେନସିଲ୍ ଚୋରି କରିନେଉଛି କହି ପୋଲିସରେ ଅଭିଯୋଗ କରିବାକୁ ଆସିଥିବା କହିଛନ୍ତି । ଆନ୍ଧ୍ରପ୍ରଦେଶ ପୋଲିସ ନିଜର ଅଫିସିଆର ଟ୍ୱିଟର ହ୍ୟାଣ୍ଡେଲରେ କୋମଳମତି ପିଲାଙ୍କ ଏହି ଅଭିଯୋଗର ଭିଡିଓ ସେୟାର କରିଛି । ଅଳ୍ପ ସମୟ ମଧ୍ୟରେ ଭିଡିଓଟି ଭାଇରାଲ ହୋଇଯାଇଛି । ଭିଡ଼ିଓରେ ଚେକ୍ ସାର୍ଟ ପିନ୍ଧିଥିବା ଜଣେ ପିଲା ସବୁଜ ସାର୍ଟରେ ଥିବା ପିଲା ଆଡ଼କୁ ଅଙ୍ଗୁଳି ଦେଖାଇକି କହୂଛି ଯେ, ଏହି ସାଙ୍ଗ ମୋ ବିନା ଅନୁମତିରେ ପେନସିନ୍ ନେଇଯାଉଛି । ମୋ ପାଖରେ ଏହାର ପ୍ରମାଣ ମଧ୍ୟ ଅଛି । ପ୍ରମାଣ ହାତରେ ଧରି ପୋଲିସ ନିକଟରେ ଅଭିଯୋଗ କରିବାକୁ ଆସିଛି । ଆଉ ପୋଲିସ୍ ବାବୁ ସାଙ୍ଗ ବିରୋଧରେ ମାମଲା ରୁଜୁ କରନ୍ତୁ ବୋଲି କହୁଛି। ସହପାଠୀ ବିରୋଧରେ କେସ୍ କରିବା ପାଇଁ ଜିଦ୍ ଧରିବା ପରେ ଅଭିଯୋଗକୁ ଅତି ଆଗ୍ରହ ସହକାରେ ଶୁଣିଥିଲେ ପୋଲିସ୍ ବାବୁ । ଆଉ ଅଭିଯୋଗ କରିବାକୁ ଆସିଥିବା ପିଲାକୁ ବୁଝାଇଥିଲେ । ସହପାଠୀ ବିରୋଧରେ କେସ୍ ହେଲେ, ତାକୁ ଜେଲ୍ ଯିବାକୁ ପଡ଼ିବ । ସେ ଆଉ ପାଠ ପଢ଼ି ପାରିବନି । ଜେଲରେ ଜୀବନ ବହୁତ କଷ୍ଟସାଧ୍ୟ ବୋଲି ବୁଝାଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା କରାଇବା ସହ ହାତ ମିଳାଇବାକୁ କୁହା ଯାଇଥିଲା ହେଲେ ସମସ୍ୟାର ସମାଧାନ ପରେ ମଧ୍ୟ ଅଭିଯୋଗ କରିଥିବା ଛାତ୍ର ମାମଲା ଦାୟର କରିବାକୁ ଜିଦ୍ ଧରିଥିଲା । ଭବିଷ୍ୟତରେ ଏପରି ହେବନି ବୋଲି ପ୍ରତିଶ୍ରୁତି ଦେଇଥିଲେ ପୋଲିସ୍ ବାବୁ । ଉଭୟେ ଏବେ ପାଠ ପଢ଼ା ଉପରେ ଧ୍ୟାନ ଦିଅ ତଥା ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବାକୁ କହିଥିଲେ ।

Leave a Reply

Your email address will not be published. Required fields are marked *

Related Posts