- Home
- »
- Breaking News
- »
- ପାର୍ବଣକୁ ସତର୍କତାର ସହ ପାଳନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପାର୍ବଣକୁ ସତର୍କତାର ସହ ପାଳନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ); ଦେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ଏବେ ପାର୍ବଣର ସମୟ ଚାଲିଥିବା ବେଳେ ଲୋକମାନଙ୍କୁ କରୋନା ସଂକ୍ରମଣରୁ ସତର୍କ ରହିବାକୁ ସୂଚନା ଦେଇଛନ୍ତି । ମୋଦି କହିଛନ୍ତି ଯେ, ସମଗ୍ର ଦେଶରେ ଉତ୍ସାହର ବାତାବରଣ ରହିଛି । ଆମେ ଶୀଘ୍ର କରୋନା ବିରୋଧରେ ଯୁଦ୍ଧରେ ଜିତିବା । କିନ୍ତୁ ଯେପର୍ୟ୍ୟନ୍ତ ଏହି ଯୁଦ୍ଧ ଜାରି ରହିବ ସେ ପର୍ୟ୍ୟନ୍ତ ଆମକୁ ଅସ୍ତ୍ରଶସ୍ତ୍ର ଛାଡିବାନି । ଆମକୁ ବେପରୁଆ ହେବାକୁ ପଡ଼ିବ ନାହିଁ । ଅସ୍ତ୍ରଶସ୍ତ୍ର ଯେତେ ଶକ୍ତିଶାଳୀ ହେଉନା କାହିଁକି, ଯେପର୍ୟ୍ୟନ୍ତ ଯୁଦ୍ଧ ଚାଲିଛି ସେ ପର୍ୟ୍ୟନ୍ତ ଅସ୍ତ୍ରଶସ୍ତ୍ର ଛାଡିବାନି । ମୁଁ ଅନୁରୋଧ କରୁଛି ଯେ ଆମ ପର୍ବକୁ ଅତି ସତର୍କତାର ସହିତ ପାଳନ କରିବାକୁ ପଡିବ । ଦେଶରେ ୧୦୦ କୋଟି ଟିକାକରଣ କେବଳ ଏକ ଆକଳନ ନୁହେଁ ବରଂ ଏହା ଆମର ସାମର୍ଥ୍ୟର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହି ମହାମାରୀ ଆରମ୍ଭରେ ଏହା କୁହାଯାଉଥିଲା ଯେ ଭାରତ ଭଳି ଦେଶ ଏହାର ମୁକାବିଲା କରିବା କଷ୍ଟକର ହେବ । ମାଗଣା ଟିକା ଅଭିଯାନ ଦେଶର ସମସ୍ତଙ୍କୁ ନେଇ ଆରମ୍ଭ ହୋଇଥିଲା । ଆମର ଏକମାତ୍ର ମନ୍ତ୍ର ଦେଶର ପ୍ରତ୍ୟେକ ଗ୍ରାମ ପର୍ୟ୍ୟନ୍ତ ରହିଆସିଛି ଯେ ଯଦି ଏହି ରୋଗ ଭେଦଭାବ ନକରେ, ତେବେ ଟୀକାକରଣରେ ମଧ୍ୟ କୌଣସି ଭେଦଭାବ ରହିବା ଉଚିତ ନୁହେଁ।