FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ବିବାଦ ପରେ ବିଲ୍ ପ୍ରତ୍ୟାହାରକୁ ନେଇ ସରକାରଙ୍କ ଘୋଷଣା

ବିବାଦ ପରେ ବିଲ୍ ପ୍ରତ୍ୟାହାରକୁ ନେଇ ସରକାରଙ୍କ ଘୋଷଣା

ବିବାଦ ପରେ ବିଲ୍ ପ୍ରତ୍ୟାହାରକୁ ନେଇ ସରକାରଙ୍କ ଘୋଷଣା
SHARE NOW :

ଜୟପୁର(ଲାଇଭ ଓଡିଶା ନ୍ୟୁଜ): ବିବାଦୀୟ ବିବାହ ପଞ୍ଜୀକରଣ ସଂଶୋଧନ ବିଲ୍ ୨୦୨୧କୁ ପ୍ରତ୍ୟାହାର କରିବାକୁ ରାଜସ୍ଥାନ ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି ଯେ, କୌଣସି ସ୍ଥଳେ ବାଲ୍ୟ ବିବାହକୁ ପ୍ରଶୟ ଦିଆଯିବ ନାହିଁ। ଏହାକୁ ନେଇ ସାରା ରାଜ୍ୟରେ ବିବାଦ ଦେଖାଯାଇଥିବାରୁ ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହାକୁ ପ୍ରତ୍ୟାହାର କରି ନିଆଯିବ ବୋଲି ଘୋଷଣା କରିଛନ୍ତି।’ରାଜସ୍ଥାନ ଅନିବାର୍ଯ୍ୟ ବିବାହ ପଞ୍ଜିକରଣ ସଂଶୋଧନ ବିଧେୟକ-୨୦୨୧ର ପୁନର୍ବିଚାର ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିବେ ବୋଲି ଗେହଲଟ୍ କହିଛନ୍ତି।


ଗତ ମାସରେ ରାଜ୍ୟ ବିଧାନସଭାରେ ସରକାର ଏହି ବିଲ୍ ପାରିତ କରିଥିଲେ କିନ୍ତୁ ବିରୋଧୀ ତଥା ଦେଶର ସାମାଜିକ କଲ୍ୟାଣ ସଂଗଠନ ଏହାକୁ ବିରୋଧ କରିଥିଲେ।ବିଲ୍ରେ ସମସ୍ତ ପ୍ରକାରର ବାହାରଘର ପଞ୍ଜୀକରଣ ବାଧ୍ୟତାମୂଳକ କରିବାକୁ ବ୍ୟବସ୍ଥା ହୋଇଥିଲା।ବାଲ୍ୟ ବିବାହ ହୋଇଥିଲେ ଦମ୍ପତିଙ୍କ ବାପା ମା’ କିମ୍ବା ଅଭିଭାବକ ୩୦ ଦିନ ମଧ୍ୟରେ ଏହାର ପଞ୍ଜୀକରଣ କରିବେ ବୋଲି କୁହାଯାଇଥିଲା। ତେବେ ଏହି ବିଲ୍ ଦ୍ୱାରା ବାଲ୍ୟ ବିବାହକୁ ସରକାର ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *

Related Posts