FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ହିନ୍ଦୁ ଧର୍ମକୁ ଶେଷ କରିବାକୁ ସୁଚିନ୍ତିତ ଷଡଯନ୍ତ୍ର – ରବି କିଶନ

ହିନ୍ଦୁ ଧର୍ମକୁ ଶେଷ କରିବାକୁ ସୁଚିନ୍ତିତ ଷଡଯନ୍ତ୍ର – ରବି କିଶନ

ହିନ୍ଦୁ ଧର୍ମକୁ ଶେଷ କରିବାକୁ ସୁଚିନ୍ତିତ ଷଡଯନ୍ତ୍ର – ରବି କିଶନ
SHARE NOW :

ଉତ୍ତରପ୍ରଦେଶ(ଲାଇଭ୍ଓଡ଼ିଶା ନ୍ୟୁଜ୍‌): ଉତ୍ତରପ୍ରଦେଶରେ ଧର୍ମାନ୍ତରୀକରଣ ପ୍ରସଙ୍ଗ ସରଗରମ ରହିଛି। ୟୁପି ପୋଲିସ ମଧ୍ୟ ଏହି ମାମଲାରେ ଅନେକ ଖୁଲାସା କରିଛି। ସେପଟେ ଗୋରଖପୁରର ବିଜେପି ସାଂସଦ ରବି କିଶନ ମାମଲାରେ ଚିନ୍ତା ପ୍ରକାଶ କରିଛନ୍ତି। ଯୋଜନାବଦ୍ଧ ଭାବେ ହିନ୍ଦୁ ଧର୍ମକୁ ହଟାଇବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି। ସାଂସଦ ରବି କିଶନ କହିଛନ୍ତି ଯେ ବର୍ତ୍ତମାନ ଅନେକ ରାଜ୍ୟରୁ ଧର୍ମ ପରିବର୍ତ୍ତନ ଖବର ଆସୁଛି। ଜାମ୍ମୁ କାଶ୍ମୀରରୁ ମଧ୍ୟ ଅନେକ ମାମଲା ସାମ୍ନାକୁ ଆସୁଛି।

ଧର୍ମ ପରିବର୍ତ୍ତନ ପ୍ରସଙ୍ଗ ସଂସଦରେ ଉଠାଯିବ। ଏହା ବିରୋଧରେ କଡା ଆଇନ ପ୍ରଣୟନ କରାଯିବା ଉଚିତ ବୋଲି ସାଂସଦ ରବି କିଶନ କହିଛନ୍ତି । ରବି କିଶନ କହିଛନ୍ତି ଯେ ଏହି ମାମଲାରେ ବିଦେଶରୁ ମଧ୍ୟ ସାହାଯ୍ୟ ମିଳୁଛି। ଧର୍ମାନ୍ତରୀକରଣକୁ ନେଇ ସେ କହିଛନ୍ତି ଯେ ସମଗ୍ର ଦେଶରେ ଗୋଟିଏ ସିଣ୍ଡିକେଟ୍ ଅଛି, ଯାହା ଗୋଟିଏ ଯୋଜନା ଅଧୀନରେ କାମ କରୁଛି।

Leave a Reply

Your email address will not be published. Required fields are marked *

Related Posts