FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କାଲି ଦୀପାବଳିରେ ୧୨ଲକ୍ଷ ଦୀପରେ ଝଲସିବ ଶ୍ରୀରାମଙ୍କ ଜନ୍ମଭୂମି

କାଲି ଦୀପାବଳିରେ ୧୨ଲକ୍ଷ ଦୀପରେ ଝଲସିବ ଶ୍ରୀରାମଙ୍କ ଜନ୍ମଭୂମି

କାଲି ଦୀପାବଳିରେ ୧୨ଲକ୍ଷ ଦୀପରେ ଝଲସିବ ଶ୍ରୀରାମଙ୍କ ଜନ୍ମଭୂମି
SHARE NOW :

ଅଯୋଧ୍ୟା(ଲାଇଭ ଓଡିଶା ନ୍ୟୁଜ); ଦୀପାବଳୀ ପାଇଁ ଚଳଚଞ୍ଚଳ ହୋଇପଡିଛି ଅଯୋଧ୍ୟା । ଆଲୋକମାଳରେ ଝଲସିଉଠିବ ଭଗବାନ ଶ୍ରୀରାମଙ୍କ ଜନ୍ମଭୂମି । ଅଯୋଧ୍ୟାରେ ଭବ୍ୟ ଦ୍ୱିପୋତ୍ସବର ଆୟୋଜନ କରାଯାଇଛି । ରାମଙ୍କ ନଗରୀରେ ପୁଣି ଥରେ ଲକ୍ଷ ଲକ୍ଷ ଦୀପ ଚକମକ କରିବ । ଏବର୍ଷ ଶ୍ରୀରାମଙ୍କ ଜନ୍ମଭୂମିରେ ଯୋଗୀ ସରକାର ୧୨ଲକ୍ଷ ଦୀପ ଜଳାଇ ଯୋଗୀ ସରକାର ନିଜର ପଛ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି । ସରୟୁ କୂଳରେ ରାମଙ୍କ ଭୂମିରେ ୯ଲକ୍ଷ ଦୀପ ଓ ମଠ ମନ୍ଦିରରେ ୩ଲକ୍ଷ ଦୀପ ଜଳାଯିବ । ଦୀପୋତ୍ସବ ଲଗାତର ୫ମ ବର୍ଷ ଧରି ଆୟୋଜିତ କରାଗଲାଣି । ସନ୍ଧ୍ୟା ୬ଟାରେ ଏହି ଭବ୍ୟ କାର‌୍ୟ୍ୟକ୍ରମର ଶୁଭାରମ୍ଭ ହେବ । ଏହି କାର‌୍ୟ୍ୟକ୍ରମରେ ସିଏମ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ ପଟେଲ, କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ସାମିଲ ହେବେ ।

Leave a Reply

Your email address will not be published. Required fields are marked *

Related Posts