FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଲଗାଣ ବର୍ଷାରେ ବେହାଲ ଚେନ୍ନାଇ

ଲଗାଣ ବର୍ଷାରେ ବେହାଲ ଚେନ୍ନାଇ

ଲଗାଣ ବର୍ଷାରେ ବେହାଲ ଚେନ୍ନାଇ
SHARE NOW :

ଚେନ୍ନାଇ( ଲାଇଭଓଡିଶା ବ୍ୟୁରୋ): ଲଗାଣ ବର୍ଷାରେ ବେହାଲ ଚେନ୍ନାଇ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଅବପାତରେ ପରିଣତ ହୋଇଛି । ଯାହା ପ୍ରଭାବରେ ତାମିଲନାଡୁ ଉପକୂଳରେ ବର୍ଷାଲାଗି ରହିଛି ବର୍ଷା ଯୋଗୁ ଚେନ୍ନାଇ ସମେତ କୁଡାଲୋର, ଭିଲୁପୁରମ୍, ଚେଙ୍ଗାଲପଟ୍ଟୁ, କାଞ୍ଚିପୁରମ୍, ଥିରୁଭାଲୁର ଆଦି ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବି ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁ ୧୯ ଜିଲ୍ଲାରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ପେରାମ୍ବଲୁରୁ, ଭେଲେର, ରାଣିପତରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ତିରୁପୁର ଜିଲ୍ଲାରେ ସର୍ବାଧିକ ୨୦ ସେମି ବର୍ଷା ରେକର୍ଡ ହୋଇଛି । ତଳିଆ ଅଞ୍ଚଳଗୁଡ଼ିକରେ ଉଦ୍ଧାର କାର‌୍ୟ୍ୟ ଜୋରଦାର କରାଯାଉଛି । ଚେନ୍ନାଇରେ ଏନଡିଆରଏଫର ଦୁଇଟି ଟିମ୍ ନିୟୋଜିତ କରାଯାଇଥିବା ବେଳେ ଅନ୍ୟ ଜିଲ୍ଲାରେ ଉଦ୍ଧାରକାରୀ ଟିମ୍ ନିୟୋଜିତ ହୋଇଛନ୍ତି । ଆସନ୍ତାକାଲି ସକାଳ ସୁଦ୍ଧା ଅବପାତ ତାମିଲନାଡୁ ଉପକୂଳ ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ପରିସ୍ଥିତିକୁ ସାମ୍ନା କରିବା ପାଇଁ ଚେନ୍ନାଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋରସୋର ଚାଲିଛି ।

Leave a Reply

Your email address will not be published. Required fields are marked *

Related Posts