FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ବର୍ଷାରେ ବେହାଲ ଉତ୍ତରାଖଣ୍ଡ

ବର୍ଷାରେ ବେହାଲ ଉତ୍ତରାଖଣ୍ଡ

ବର୍ଷାରେ ବେହାଲ ଉତ୍ତରାଖଣ୍ଡ
SHARE NOW :

ଉତ୍ତରାଖଣ୍ଡ(ଲାଇଭ ଓଡିଶା ନ୍ୟୁଜ): କେରଳ ପରେ ଏବେ ବର୍ଷାରେ ବେହାଲ ଉତ୍ତରାଖଣ୍ଡ । କରୋନା ତାର ତାଣ୍ଡବ ରଚିସାରିଲା ପରେ ପ୍ରକୃତି ତାର ଦେଖାଉଛି ତାଣ୍ଡବ ରୂପ । ଲଗାତାର ବର୍ଷା ଜାରି ରହିଥିବା ବେଳେ ଦୁଇ ଦିନ ଭିତରେ ୧୬ଜଣଙ୍କର ଜୀବନ ଯାଇଥିବା ବେଳେ ଆଜି ୧୧ଜଣଙ୍କର ଜୀବନ ଯାଇଥିବା ନେଇ ସୂଚନା । ବର୍ଷାରେ ବନ୍ୟା ପରିସ୍ତିତି ସୃଷ୍ଟି ହୋଇଥିବା ବେଳେ ଅନେକ ନଦୀର ବନ୍ଧ ଭାଙ୍ଗିଗଲାଣି । ଅନେକ ନଦୀବନ୍ଧ ଭାଙ୍ଗିଯାଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରମଳ ବର୍ଷାରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଇଛି । ଏହାଫଳରେ ଅନେକ ସ୍‌ତାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ବର୍ଷା ବିତ୍ପାତରେ ଉତ୍ତରାଖଣ୍ଡ ବେହାଲ ହୋଇଯାଇଥିବା ବେଳେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥା ହୋଇ ପରିସ୍ଥିତ ଅନୁଧ୍ୟାନ କରିବା ପାଇଁ କହିଛନ୍ତି । ତେବେ ଚମୋଲି ଇଲାକାରେ ପ୍ରବଳ ବର୍ଷା ଯୋଗୁ ମନ୍ଦାକିନୀ ନଦୀରେ ବନ୍ୟା ଆସିଛି । ଜଳସ୍ତର କ୍ରମାଗତ ବଢିବାରେ ଲାଗିଛି । ଅନ୍ୟପଟେ ବଦ୍ରିନାଥ ରାଜମାର୍ଗ ନିକଟ ଦେଇ ଯାଇଥିବା ଲାମବଗଡ ନାଳରେ ବନ୍ୟା ଜଳ ଆସିବାରୁ ଯାତ୍ରୀଙ୍କ ସହ ଏକ କାର ଭାସିଯାଇଥିଲା । ହେଲେ ସୌଭାଗ୍ୟବସତଃ ଏହାକୁ ସୀମା ସଡକ ସଙ୍ଗଠନର ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି।

Leave a Reply

Your email address will not be published. Required fields are marked *

Related Posts