- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ସରକାରୀ କର୍ମଚାରୀମାନଙ୍କୁ ଜଗିବ ସ୍ମାର୍ଟ ୱାଚ
ସରକାରୀ କର୍ମଚାରୀମାନଙ୍କୁ ଜଗିବ ସ୍ମାର୍ଟ ୱାଚ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ) : ସ୍ମାର୍ଟ ଯୁଗରେ ସ୍ମାର୍ଟ ଫର୍ମୁଲା । ଏଣିକି ଆଉ ଠକି ପାରିବେନି ସରକାରୀ କର୍ମଚାରୀ । ସମୟାନୂବର୍ତ୍ତିତାରୁ ଓହରି ଯାଉଥିବା ସରକାରୀ କର୍ମଚାରୀ ମାନଙ୍କ ପାଇଁ ଲାଗୁହେଲା ନୂଆ ନିୟମ । ବିଳମ୍ବରେ ଆସୁଥିବା କର୍ମଚାରୀମାନଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ହରିୟାଣା ସରକାରଙ୍କର ସ୍ମାର୍ଟ ଫର୍ମୁଲା । ହରିୟାଣାରେ ସରକାରୀ କର୍ମଚାରୀ ମାନଙ୍କ ପାଇଁ ନୂଆ ନିୟମ ଲାଗୁ କଲେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ସରକାରୀ କର୍ମଚାରୀମାନଙ୍କ ଖାମଖିଆଲି କାମ ଉପରେ କଡା ନଜର ରଖିବା ପାଇଁ ସ୍ମାର୍ଟ ୱାର୍ଚର ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସ୍ମାର୍ଟ ୱାଚକୁ ସମସ୍ତ କର୍ମଚାରୀ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି ।
ଏହା ଦ୍ୱାରା କର୍ମଚାରୀମାନଙ୍କ କାର୍ଯ୍ୟାଳୟରେ ପ୍ରକୃତ ଉପସ୍ଥାପନା ଜଣାପଡିବ ବୋଲି କହିଛନ୍ତି ମନୋହରଲାଲ । ଏହା ଛଡା ଯଦି କୈାଣସି କର୍ମଚାରୀ ଡ୍ୟୁଟି ସମୟରେ ଅନ୍ୟ କୈାଣସି ଜାଗାକୁ ଯାଆନ୍ତି ତେବେ ସେମାନଙ୍କର ମୁଭମେଣ୍ଟକୁ ଟ୍ରାକ୍ କରିପାରିବ ଏହି ସ୍ମାର୍ଟ ୱାଚ । ହରିୟାଣାର ସୋହନା ଜିଲ୍ଲାରେ ଆୟୋଜିତ ଏକ ସଭାରେ ଭାଷଣ ଦେବା ସମୟରେ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।