FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆସନ୍ତା ବର୍ଷ ନିର୍ବାଚନ ଲଢିବେ ସୋନୁ ସୁଦ୍‌ଙ୍କ ଭଉଣୀ

ଆସନ୍ତା ବର୍ଷ ନିର୍ବାଚନ ଲଢିବେ ସୋନୁ ସୁଦ୍‌ଙ୍କ ଭଉଣୀ

ଆସନ୍ତା ବର୍ଷ ନିର୍ବାଚନ ଲଢିବେ ସୋନୁ ସୁଦ୍‌ଙ୍କ ଭଉଣୀ
SHARE NOW :

ଲାଇଭ ଓଡିଶା ନ୍ୟୁଜ: ଆସନ୍ତା ବର୍ଷକୁ ନିର୍ବାଚନକୁ ଓହ୍ଲାଇବେ ଲୋକପ୍ରିୟ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା । ଏନେଇ ଆଜି ସୋନୁ ସୁଦ୍ ଘୋଷଣା କରିଛନ୍ତି । ତାଙ୍କ ଭଉଣୀ ମାଲବିକା ସୁଦ ପଂଜାବ ନିର୍ବାଚନରେ ପ୍ରତିଦ୍ୱନ୍ଦୀ କରିବେ ବୋଲି ସେ ସୂଚନା ଦେଇଛନ୍ତି । କିନ୍ତୁ କେୁଁ ଦଳରୁ କରିବେ ତାହା ସେ ସ୍ପଷ୍ଟ କରିନାହାନ୍ତି । ଏବେବି ସେନେଇ ସସ୍‌ପେନ୍ସ ଜାରି ରହିଛି । କରୋନା ସମୟରେ ତାଙ୍କ କାର‌୍ୟ୍ୟ ପାଇଁ ପ୍ରଶଂସା ପାଇଥିବା ସୋନୁ ସୁଦ ମୋଗାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି।
ବର୍ତ୍ତମାନ ସୋନୁ ସୁଦଙ୍କ ଭଉଣୀ କେଉଁ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେନେଇ ସନ୍ଦେହ ଜାରି ରହିଛି। ନିକଟରେ ସୋନୁ ସୁଦ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଭେଟିଥିଲେ। ଏହାପୂର୍ବରୁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଭେଟିଥିଲେ।

Leave a Reply

Your email address will not be published. Required fields are marked *

Related Posts