FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. କଠୋର ହେଲା ନିୟମ, ଏଣିକି ସକାଳ ୯ଟାରୁ ଅଫିସ ଆସିବେ କର୍ମଚାରୀ

କଠୋର ହେଲା ନିୟମ, ଏଣିକି ସକାଳ ୯ଟାରୁ ଅଫିସ ଆସିବେ କର୍ମଚାରୀ

କଠୋର ହେଲା ନିୟମ, ଏଣିକି ସକାଳ ୯ଟାରୁ ଅଫିସ ଆସିବେ କର୍ମଚାରୀ
SHARE NOW :

ଚଣ୍ଡୀଗଡ,୨୨.୯(ଲାଇଭ୍ ଓଡିଶା ନ୍ୟୁଜ୍‌): ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜୀତ ସିଂହ ଚନ୍ନୀ ଶପଥ ନେବା ପରେ ନିଜର ଆକ୍ସନ ମୋଡ୍ କୁ ଆସିଛନ୍ତି ।ପ୍ରଥମ ଦିନରୁ ସେ ସବୁ କ୍ଷେତ୍ରରେ ନିଜର କରାମତି ଦେଖାଇବା ଆରମ୍ଭ କରିଦେଇଥିବା ବେଳେ ଏଣିକି ସମସ୍ତ ସରକାରୀ କର୍ମଚାରୀଙ୍କ ଅଫିସର ସମୟରେ ପରିବର୍ତ୍ତନ କରିଛନ୍ତି ।

ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସକାଳ ୯ଟାରେ ନିଜ କାର୍ଯ୍ୟଳୟରେ ଉପସ୍ଥିତ ରହିବେ ବୋଲି ନୂତନ ନିୟମ କରାଯାଇଛି ।

ସୂଚନା ଅନୁସାରେ, ବିଭାଗରେ ଯେକୌଣସି ସମୟରେ ଅନୁସନ୍ଧାନ କରାଯିବା ସହ ରାଜ୍ୟ ବିଭାଗରୁ ବିଭାଗୀୟ ମୁଖ୍ୟ, ବିଭାଗୀୟ କମିଶନର, ଡେପୁଟି କମିଶନର ଏବଂ ଏସଡିଏମଙ୍କୁ ପର୍ସନାଲ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି ।

ଏହାସହିତ ସମସ୍ତ ପରିଚାଳନା ସଚିବ ଏବଂ ବିଭାଗର ମୁଖ୍ୟମାନଙ୍କୁ ସପ୍ତାହରେ ଅତି କମରେ ୨ ଥ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ଉପସ୍ଥାନର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେବାସହ ସଂସ୍ଥାଗୁଡିକରେ ଚାଲିଥିବା କାର୍ଯ୍ୟ ଏବଂ ରେକର୍ଡଗୁଡିକ ଯାଞ୍ଚ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts