କରୋନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପରିବାରକୁ ମିଳିବ ୫୦,୦୦୦ ଟଙ୍କା

SHARE NOW :
ନୁଆଦିଲ୍ଲୀ,୨୩.୯(ଲାଇଭ୍ ଓଡିଶା ନ୍ୟୁଜ୍) : କରୋନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପରିବାରକୁ ମିଳିବ ୫୦,୦୦୦ ଟଙ୍କା । ଏନେଇ କେନ୍ଦ୍ର ସରକାର କାଲି ସୁପ୍ରିମକୋର୍ଟଙ୍କୁ ସୁଚନା ଦେଇଛନ୍ତି ।
କେବଳ ମୃତ୍ୟୁ ପୂର୍ବରୁ ନୁହେଁ ବରଂ ଭବିଷ୍ୟତ ପାଇଁ ମଧ୍ୟ ଏହି କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କୋର୍ଟ କହିଛନ୍ତି। ଏହି ଅର୍ଥ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯିବ । ତେବେ ନିଜସ୍ୱ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଏବଂ ଜିଲ୍ଲା ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ କିମ୍ବା ଜିଲ୍ଲା ପ୍ରଶାସନ ମାଧ୍ୟମରେ ଏହା କରାଯିବ ବୋଲି ସରକାର କହିଛନ୍ତି।
ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ କ୍ଷତିପୂରଣ ନିୟମ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ ପୂର୍ବରୁ କେନ୍ଦ୍ରକୁ ୧୦ ଦିନ ସମୟ ଦେଇଥିଲେ । ତେବେ ମୃତ୍ୟୁ ପ୍ରମାଣପତ୍ର ପାଇଁ ନିୟମ ପ୍ରଦାନ କରିବାକୁ ମଧ୍ୟ ସରକାରଙ୍କୁ କହିଛନ୍ତି।