- Home
- »
- Breaking News
- »
- ପାକିସ୍ତାନ ବିଜୟରେ ଖୁସୀ ମନାଉଥିବା ଛାତ୍ରମାନଙ୍କୁ ଉଚିତ ଦଣ୍ଡ ଦିଆଯିବ: ଯୋଗୀ ଆଦିତ୍ୟନାଥ
ପାକିସ୍ତାନ ବିଜୟରେ ଖୁସୀ ମନାଉଥିବା ଛାତ୍ରମାନଙ୍କୁ ଉଚିତ ଦଣ୍ଡ ଦିଆଯିବ: ଯୋଗୀ ଆଦିତ୍ୟନାଥ

SHARE NOW :
ଉତ୍ତରପ୍ରଦେଶ(ଲାଇଭ ଓଡିଶା ନ୍ୟୁଜ): ଦେଶଦ୍ରୋହୀ ମାନଙ୍କୁ ନିସ୍ତାର ନାହିଁ । ପାକିସ୍ତାନ ବିଜୟରେ ଉତ୍ସବ ମନାଉଥିବା ବ୍ୟକ୍ତିଙ୍କୁ ଛଡାଯିବ ନାହିଁ । ଏନେଇ ଜଡା ଭାବରେ ଚେତାବନୀ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗତ ଅକ୍ଟୋବର ୨୪ ତାରିଖରେ ହୋଇଥିବା ଭାରତ-ପାକିସ୍ତାନ ଟି-ଟ୍ୱେଣ୍ଟି ୱାଲଡ୍ କପ୍ ମ୍ୟାଚ୍ରେ ପାକିସ୍ତାନଠାରୁ ଭାରତ ପରାସ୍ତ ହୋଇଥିଲା। ତେବେ ଭାରତର ଏହି ପରାଜୟରେ ଦେଶର କେତେକ ଲୋକେ ବାଣ ଫୁଟାଇ ସେଲିବ୍ରେସନ କରିଥିଲେ। ଯାହାକୁ ନେଇ ଦେଶବ୍ୟାପି ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଗ୍ରାରେ ରହୁଥିବା ୩ ଜଣ କଶ୍ମୀର ଛାତ୍ର ପାକିସ୍ତାନ ବିଜୟରେ ଉତ୍ସବ ମନାଇବା ସହ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। ଯେଉଁ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିଛି। ସମ୍ପକ୍ତୃ ଛାତ୍ରଙ୍କୁ କଲେଜରୁ ବହିସ୍କୃତ କରାଯାଇଥିବା ବେଳେ ସେମାନଙ୍କ ବିରୋଧରେ ବିଜେପି କର୍ମୀ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଆଇପିସି ଧାରା ୧୫୩ ଏ, ୫୦୫ (୧) (ବି) ଏବଂ ଧାରା ୬୬ ୠ ଅଧୀନରେ ମାମଲା ରୁଜୁ କରାଯାଇଛି। ସମ୍ପୃକ୍ତ ଛାତ୍ରମାନେ ବିଜୟ ଉତ୍ସବ ପାଳନକୁ ନେଇ କଲେଜରେ ଛାତ୍ର ଅଶାନ୍ତି ହେବା ସହ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଥିଲା।