FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ସୁପର ଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦାସାହେବ ଫାଲକେ ପୁରଷ୍କାର

ସୁପର ଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦାସାହେବ ଫାଲକେ ପୁରଷ୍କାର

ସୁପର ଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦାସାହେବ ଫାଲକେ ପୁରଷ୍କାର
SHARE NOW :

ଚେନ୍ନାଇ(ଲାଇଭ ଓଡିଶା ନ୍ୟୁଜ): ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର । ଏନେଇ ସେ ତାଙ୍କ ଚେନ୍ନାଇ ସ୍ଥିତ ବାସଭବନରେ ସାମ୍ୱାଦିକଙ୍କୁ ଜଣାଇଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି, ” ଦାଦାସାହେବ ଫାଲକେ ପୁରସ୍କାର ପାଇଥିବାରୁ ମୁଁ ବହୁତ ଖୁସି ଅଟେ ।

ସୂଚନା ଅନୁଯାୟୀ, ରଜନୀକାନ୍ତ ଆସନ୍ତାକାଲି ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପୁରସ୍କାର କାର୍ଯ୍ୟକ୍ରମ ରେ ଯୋଗଦେଇ ସେଠାରୁ ସେ ପୁରସ୍କାର ଗ୍ରହଣ କରିବେ । ଏହି ପୁରଷ୍କାର ପାଇବା ନେଇ ସେ କେବେହେଲେ ଆଶା କରିନଥିବା କହିଥିଲେ ରଜନୀକାନ୍ତ । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ପୁରସ୍କାର ପାଇବା ଦେଖିବାକୁ ତାଙ୍କ ପରାମର୍ଶଦାତା କେବି (କେ ବାଲାଚାନ୍ଦ) ସାର୍ ଜୀବିତ ନାହାଁନ୍ତି । ଏଥିପାଇଁ ସେ ଅତ୍ୟନ୍ତ ଦୁଃଖପ୍ରକାଶ ମଧ୍ୟ କରିଥିଲେ । ରଜନୀକାନ୍ତଙ୍କୁ ଏହି ପୁରଷ୍କାର ପ୍ରଦାନ କରାଯିବା ଲାଗି ଏପ୍ରିଲ୍ ୨୦୨୧ରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଥିଲେ । ତେବେ, COVID-19 ମହାମାରୀ ହେତୁ ପୁରସ୍କାର କାର୍ଯ୍ୟକ୍ରମ ବିଳମ୍ବରେ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts