- Home
- »
- Breaking News
- »
- ଦୁଃଖୀ ହେଲେ ‘ଓ ଭାଇ ମାରେ।” ଯୁବକ
ଦୁଃଖୀ ହେଲେ ‘ଓ ଭାଇ ମାରେ।” ଯୁବକ

SHARE NOW :
ଲାଇଭ ଓଡିଶା ବ୍ୟୁରୋ: ଗତକାଲି ସମାପ୍ତ ହୋଇଯାଇଛି ଟି-୨୦ ବିଶ୍ୱକପରେ ପାକିସ୍ତାନର ଯାତ୍ରା । ସେମିଫାଇନାଲରୁ ବିଦାୟ ନେଇକ୍ତି ପାକିସ୍ତାନ । ଅଷ୍ଟ୍ରେଲିୟା ଠାରୁ ୫ଟି ୱିକେଟ୍ ରେ ପାକ୍ ହାରିଛି । ତେବେ ପାକିସ୍ତାନର ଚଳିତ ବର୍ଷର ପ୍ରଦର୍ଶନ ଭଲ ରହିଥିବା ବେଳେ ଲଗାତର ୫ଟି ମୁକାବିଲାରେ ଜିତ୍ ହାସଲ କରିଥିବା ଫାଇନାଲ୍ ରେ ନିଜର ଜାଗା ସୃଷ୍ଟି କରିପାରିଲାନି । ଲଗାତର ଭାବରେ ଭଲ ପ୍ରଦର୍ଶନ ପରେ ହାରିଥିବାରୁ କୋଟି କୋଟି ପାକିସ୍ତାନୀଙ୍କ ହୃଦୟ ଭାଙ୍ଗିଯାଇଛି । ତେବେ ପାକିସ୍ତାନର ଭାଇରାଲ୍ ଯୁବକ ମୋମିନ୍ ସାକିବଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ପାକିସ୍ତାନ ହାରିବା ପରେ ତାଙ୍କୁ ଷ୍ଟାଡିୟମ୍ ରେ ଏକା ମନ ଦୁଃଖରେ ବସିଥିବା ଦେଖିବାକୁ ମିଳିଛି ଓ ଟିମ୍ ହାରିବାକୁ ନେଇ ସେ ପ୍ରତିକ୍ରିୟା ଦେଇଛନ୍ତି ।