FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ପ୍ରଶ୍ନପତ୍ର ଲିକ ମାମଲା ରେ ୨୩ ଗିରଫ

ପ୍ରଶ୍ନପତ୍ର ଲିକ ମାମଲା ରେ ୨୩ ଗିରଫ

ପ୍ରଶ୍ନପତ୍ର ଲିକ ମାମଲା ରେ ୨୩ ଗିରଫ
SHARE NOW :

ୟୁପି( ଲାଇଭ ଓଡିଶା ବ୍ୟୁରୋ ) :ଉତ୍ତରପ୍ରଦେଶ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଟଚଞଋଞ ) ରେ ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ବହୁ ଛାତ୍ରଛାତ୍ରୀ ଏହା ଦ୍ୱାରା ନିରାଶ ହୋଇଛନ୍ତି । ପ୍ରାୟ ୧୩ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ଏହାକୁ ବର୍ତ୍ତମାନ ରଦ୍ଦ କରାଯାଇଛି ।
ପରୀକ୍ଷା ଆରମ୍ଭ ହେବାର ଠିକ୍ ପୁର୍ବରୁ ମଥୁରା,ଗାଜିଆବାଦ୍ ଆଦି ବିଭିନ୍ନ ସ୍ଥାନରେ ହ୍ୱାଟ୍ସ ଅପ୍ ଗ୍ରୁପ୍ରେ ପ୍ରଶ୍ନପତ୍ର ଘୁରି ବୁଲିଥିଲା । ଯାହାଫଳରେ ତୁରନ୍ତ ଏହି ପରୀକ୍ଷାକୁ ବନ୍ଦ କରି ଦିଆଯାଇଛି । ତେବେ ସୁଚନା ମିଳିଛି ଯେ ପୁଣି ଗୋଟିଏ ମାସ ଭିତରେ ପରୀକ୍ଷା ହେବ । ଛାତ୍ରଛାତ୍ରୀ ମାନଙ୍କୁ କୌଣସି ପ୍ରକାର ଆବେଦନ କରିବାକୁ ପଡ଼ିବ ନାହିଁ । ତେବେ ଏହି ଘଟଣାରେ ପୋଲିସ୍ ୨୩ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି । ଏଥିମଧ୍ୟରୁ ଲକ୍ଷ୍ନୌ ରୁ ୪ ଜଣଙ୍କୁ , ୩ ଜଣ ଶାମଲିରୁ, ୨ ଜଣ ଅଯୋଧ୍ୟା, ଜଣେ କୌଶମ୍ବୀରୁ, ୧୩ ଜଣଙ୍କୁ ପ୍ରୟାଗରାଜରୁ ଗିରଫ କରାଯାଇଛି । ଅଧିକ ପଚରାଉଚରା ପରେ ସମସ୍ତଙ୍କ ଠାରୁ ପରୀକ୍ଷାର ପ୍ରଶ୍ନପତ୍ର ମିଳିଛି । ଯାହା ସେୟାର କରାଯାଇଥିଲା ବିଭିନ୍ନ ଛାତ୍ରଛାତ୍ରୀଙ୍କ ନିକଟକୁ । ଏହି ସମସ୍ତ ଲୋକଙ୍କୁ ଏସଟିଏଫ୍ ଦ୍ୱାରା ଗିରଫ କରାଯାଇଛି । ଏହି ପରୀକ୍ଷା ଦୁଇଟି ସିପ୍ଟ ରେ ହେବାକୁ ଥିବା ବେଳେ ଏଥିପାଇଁ ୭୩୬ ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Related Posts