- Home
- »
- Breaking News
- »
- କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ: ଛୁଟିରେ ଥିବା ସୈନିକଙ୍କ ମୃତ୍ୟୁ ହେଲେ ମିଳିବ ସମାନ ସୁବିଧା ଓ କ୍ଷତିପୂରଣ
କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ: ଛୁଟିରେ ଥିବା ସୈନିକଙ୍କ ମୃତ୍ୟୁ ହେଲେ ମିଳିବ ସମାନ ସୁବିଧା ଓ କ୍ଷତିପୂରଣ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବଡ ଘୋଷଣା । ସେନାର କୌଣସି ସୈନିକ ଛୁଟିରେ ଥାଇ ମୃତ୍ୟୁବରଣ କଲେ ସେମାନଙ୍କୁ ଡ୍ୟୁଟିରେ ଥାଇ ମୃତ୍ୟୁବରଣ କରିଛନ୍ତି ବୋଲି ଘୋଷଣା କରାଯିବ । ଏହି ଅନୁସାରେ ମୃତକ ସୈନିକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ । ଏହି ନୂଆ ନିୟମ ଅନୁସାରେ ତିନି ସେନାର ସୈନିକଙ୍କ ପରିବାର ମାନେ ଉପକୃତ ହୋଇପାରିବେ । ବର୍ତ୍ତମାନ କୌଣସି ସମସ୍ୟା ଉପରେ ଯାରି କରାଯାଇଥିବା ନିର୍ଦ୍ଦେଶରେ ଆଲୋଚନା କରାଯାଇନାହିଁ। ଯଦି କୌଣସି ସୈନିକ ଛୁଟିରେ ନିଜ ଘରକୁ କିମ୍ବା ଅନ୍ୟ କେଉଁଆଡ଼େ ଯାଇଥିବା ସମୟରେ ଚରମପନ୍ଥି ବା ଅସାମାଜିକ ବ୍ୟକ୍ତିମାନଙ୍କ ଆକ୍ରମଣରେ ଶୀକାର ହୋଇ ମୃତ୍ୟୁବରଣ କରନ୍ତି ତେବେ ଏହାକୁ ଡ୍ୟୁଟିରେ ଥିବା ସମୟରେ ମୃତ୍ୟୁ ହୋଇଛି ବୋଲି ଗଣନା କରାଯିବ । ଏହାସହ ସମ୍ପୃକ୍ତ ସୈନିକଙ୍କ ପରିବାରକୁ ଡ୍ୟୁଟିକରି ମୃତ୍ୟୁବରଣ କଲେ ଯେଉଁଭଳି କ୍ଷତିପୁରଣ ମିଳେ ସେହିଭଳି କ୍ଷତିପୁରଣ ମିଳିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଲାଗୁ କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଛୁଟିର ଅର୍ଥ ସମସ୍ତ ପ୍ରକାର ଛୁଟି ଯାହା ସରକାର ସମସ୍ତ ସୈନିକମାନଙ୍କୁ ପ୍ରଦାନ କରନ୍ତି । ଗତକିଛି ଦିନ ହେଲା ସୈନିକମାନଙ୍କ ଉପରେ ଆକ୍ରମଣ ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତି ନିଆଯାଇଛି । ସରକାରଙ୍କ ତରଫରୁ ଏହି ମାମଲାରେ ସ୍ପଷ୍ଟିକରଣ କରି ସୈନିକମାନଙ୍କୁ ରିଲିଫ ଯୋଗାଇ ଦିଆଯାଇଛି। ସରକାର କହିଛନ୍ତି \’ସୈନିକମାନେ ଭାରତୀୟ ସେନା କର୍ମଚାରୀ ହୋଇଥିବାରୁ ସେମାନଙ୍କ ଉପରେ ଛୁଟିଦିନରେ ଆକ୍ରମଣ ହେଉଛି; ସେଥିପାଇଁ ସେମାନେ ଏହି ଲାଭ ପାଇବାର ହକଦାର\’। କିନ୍ତୁ ଯଦି ବ୍ୟକ୍ତିଗତ ଶତୃତା ଯୋଗୁଁ କୌଣସି ସୈନିକଙ୍କ ଆକ୍ରମଣରେ ମୃତ୍ୟୁ ହୁଏ ସେ ଏହି ଯୋଜନାର ଲାଭ ପାଇବେ ନାହିଁ । ସମ୍ପୃକ୍ତ ସୈନିକଙ୍କ ପରିବାରକୁ ମଧ୍ୟ କୌଣସି କ୍ଷତିପୁରଣ ମିଳିବ ନାହିଁ।