FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆଇପିଏଲର ଟ୍ରଫିର ବିଜୟ ମୁକୁଟ ପିନ୍ଧିଲା ଚେନ୍ନାଇ ସୁପର କିଙ୍ଗସ

ଆଇପିଏଲର ଟ୍ରଫିର ବିଜୟ ମୁକୁଟ ପିନ୍ଧିଲା ଚେନ୍ନାଇ ସୁପର କିଙ୍ଗସ

ଆଇପିଏଲର ଟ୍ରଫିର ବିଜୟ ମୁକୁଟ ପିନ୍ଧିଲା ଚେନ୍ନାଇ ସୁପର କିଙ୍ଗସ
SHARE NOW :

ଦୁବାଇ(ଲାଇଭ ଓଡିଶା ନ୍ୟୁଜ); ମାହି ତାଙ୍କ ଫ୍ୟାନ୍ସମାନଙ୍କୁ ଭେଟି ଦେଇଛନ୍ତି ଦଶହରା ଗିପ୍ଟ । ଗତକାଲି ଦୁବାଇରେ ଖେଳାଯାଇଥିବା ଆଇପିଏଲର ଫାଇନାଲ ମୁକାବିଲାରେ ଚେନ୍ନାଇ କୋଲକତା ନାଇଟ ରାଇଡର୍ସକୁ ୨୭ରନରେ ହରାଇ ଟ୍ରଫିକୁ ହାସଲ କରିନେଇଛି । ଏହାସହ ଚେନ୍ନାଇ ଚତୁର୍ଥଥର ଆଇପିଏଲ ଟାଇଟଲ ଜିତିବାରେ ସୌଭାଗ୍ୟ ଲାଭ କରିଛି । ଫାଇନାଲରେ ଚେନ୍ନାଇ ଫାଫ୍ ଡୁପ୍ଲେସିସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ବିପକ୍ଷରେ ୨୦ ଓଭରରେ ୩ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା। ଜବାବରେ କୋଲକାତା ୯ ୱିକେଟ୍ ହରାଇ ୧୬୫ ରନ୍ କରି ପରାସ୍ତ ହୋଇଛି । ୧୯୩ ରନର ଲକ୍ଷ୍ୟର ପିଛା କରୁଥିବା କେକେଆର ଜବରଦସ୍ତ ଆରମ୍ଭ କରିଥିଲା। ଦୁଇ ଇନଫର୍ମ ଓପ୍ନର ଭେଙ୍କଟେଶ ଆୟର୍ ଓ ଶୁବମନ୍ ଗିଲ୍ ଆରମ୍ଭରୁ ଆଟାକ୍ କରିଥିଲେ। ଦୁହେଁ ଅର୍ଦ୍ଧଶତକ ମାରିଥିଲେ । କିନ୍ତୁ ଦୁଇ ଓପ୍ନରଙ୍କୁ ଛାଡ଼ି ଦେଲେ ମିଡଲ୍ ଅର୍ଡର ପୂରା କୋଲାପ୍ସ ହୋଇଯାଇଥିଲା । ଆୟର୍ ୩୨ ବଲରେ ୫ ଚୌକା ଓ ୩ ଛକା ସହ ୫୦ ଓ ଗିଲ୍ ୪୩ ବଲରେ ୬ ଚୌକା ସହ ୫୧ ରନ୍ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ସୁନୀଲ ନରିନ୍ (୨), କ୍ୟାପଟେନ୍ ଇଅନ୍ ମୋର୍ଗାନ (୪), ଦିନେଶ କାର୍ତ୍ତିକ (୯), ରାହୁଲଲେ ତ୍ରିପାଠୀ (୨) ନିରାଶ କରିଥିବା ବେଳେ ନୀତୀଶ ରାଣା ଓ ସାକିବ ଖାତା ଖୋଲିପାରିନଥିଲେ । ଶେଷକ୍ରମରେ ଶିବମ ମାଭି (୨୦) ଓ ଲକି ଫର୍ଗୁସନ୍ (୧୮) ଦ୍ରୁତ ରନ୍ କରି ଦଳକୁ ୧୬୫ ରନରେ ପହଞ୍ଚାଇଥିଲେ । ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି, ଜୋଶ ହେଜଲଉଡ ଓ ଜାଡେଜା ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Leave a Reply

Your email address will not be published. Required fields are marked *

Related Posts