FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କ୍ରୋଧର କୁପରିଣାମ, ଜଳିଗଲା କାର୍‌

କ୍ରୋଧର କୁପରିଣାମ, ଜଳିଗଲା କାର୍‌

କ୍ରୋଧର କୁପରିଣାମ, ଜଳିଗଲା କାର୍‌
SHARE NOW :

(ଲାଇଭ ଓଡିଶା ବ୍ୟୁରୋ): କାର ଦେବେନି ବୋଲି କାରରେ ଲଗାଇଲେ ନିଆଁ । ଆଖି ପିଛୁଳାକେ ନିଆଁ ପିଣ୍ଡୁଳାରେ ପରିଣତ ହୋଇଗଲା କାରଟି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗ୍ୱାଲିୟର ସହରରେ । ଅଂଚଳର ଜଣେ କାର ମାଲିକ ପେଟ୍ରୋଲ ଢାଳି ନିଜ କାରରେ ନିଆଁ ଲଗାଇ ଦେଇଛନ୍ତି । ବର୍ତ୍ତମାନ ଏହି ଭିଡିଓଟି ଏବେ ସୋସଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫାଇନାନ୍ସ କଂପାନୀର କିଛି କର୍ମଚାରୀ କାରଟିକୁ ନେବା ପାଇଁ ଆସିଥିବା ବେଳେ କାର ମାଲିକ ଏଭଳି କାଣ୍ଡ ଘଟାଇଛନ୍ତି । ଲୋକମାନଙ୍କ କହିବାନୁଯାୟୀ ବ୍ୟକ୍ତିଜଣକ କାରଟିକୁ ଫାଇନାନ୍ସରେ କିଣିଥିଲେ । କିନ୍ତୁ କାରଟିର କିସ୍ତି ସଠିକ ଟାଇମରେ ଦେଇ ନପାରିଥିବାରୁ କଂପାନୀର କର୍ମଚାରୀ ଦଳ ପଂହଚି କାରଟିକୁ ଉଠାଇବା ଆରମ୍ଭ କରିଥିଲେ । ଏହି କାରଣରୁ ବ୍ୟକ୍ତି ଗଣକ ରାଗିଯାଇ ନିଜ ହାତରେ ପେଟ୍ରୋଲ ପକାଇ କାରଟିକୁ ଜାଳି ଦେଇଥିଲେ । କିଛି ସମୟ ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପଂହଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ମଧ୍ୟ ସେତେବେଳକୁ କାରଟି ସଂପୂର୍ଣ୍ଣ ଜଳିଯାଇଥିଲା ।ଭିଡିଓଟିରେ ଦେଖିବାକୁ ମିଳିଛି ଯେ, କାର ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ କିଛି ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଆଖପାଖର ଲୋକ ସେଠାରେ ପଂହଚି ଜମା ହେବା ସହିତ ଏହାର ଭିଡିଓ ରେକଡିଂ କରିଥିଲେ । ଉପସ୍ଥିତ ଲୋକମାନେ କହିଛନ୍ତି ଯେ କର୍ମଚାରୀଙ୍କ ଉପରେ ମାଲିକ ବିନୟ ଶର୍ମା ବହୁତ ରାଗିଥିଲେ । ଯେତେବେଳେ କମ୍ପାନୀର ଲୋକମାନେ ଭିଡିଓ କରିବା ଆରମ୍ଭ କରିଥିଲେ କାର ମାଲିକ କହିଛନ୍ତି , ବର୍ତ୍ତମାନ କାର ଉପରେ ଆଉ ଏକ ବୋତଲ ପେଟ୍ରୋଲ ଢାଳି ଦିଅନ୍ତୁ । ପରେ ଘଟଣାର ଲାଇଭ ଭିଡିଓ ପୋଲିସକୁ ମିଳିଥିଲା । ଏହା ପରେ ପୋଲିସ କାର ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଏବଂ ତାଙ୍କୁ ଧରିବା ପାଇଁ ଖୋଜାଖୋଜି ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Related Posts