FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆଜି ପ୍ରଧାନମନ୍ତ୍ରୀଙ୍କ ଉତ୍ତରପ୍ରଦେଶ ଗସ୍ତ ଉଦଘାଟନ କରିବେ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌

ଆଜି ପ୍ରଧାନମନ୍ତ୍ରୀଙ୍କ ଉତ୍ତରପ୍ରଦେଶ ଗସ୍ତ ଉଦଘାଟନ କରିବେ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌

ଆଜି ପ୍ରଧାନମନ୍ତ୍ରୀଙ୍କ ଉତ୍ତରପ୍ରଦେଶ ଗସ୍ତ ଉଦଘାଟନ କରିବେ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଆଜି ଦିନ ସାଢେ ୧ଟାରେ ଉତ୍ତରପ୍ରଦେଶର ପୂବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ଏକ୍ସପ୍ରେସ ୱେର ନିର୍ମିତ ୩.୨କିଲୋମିଟର ଦୀର୍ଘ ଏୟାରଷ୍ଟ୍ରୀପରେ ଭାରତୀୟ ବାୟୁସେନା ଦ୍ୱାରା ଆୟୋଜିତ ଏୟାର ସୋ ମଧ୍ୟ ନିରୀକ୍ଷଣ କରିବେ । । କୌଣସି ଆପତକାଳୀନ ଆବଶ୍ୟକତାକୁ ନେଇ ସୁଲତାନପୁର ଜିଲ୍ଲାର ଏହି ଏକ୍ସପ୍ରେସ ୱେରେ ବାୟୁସେନା ଲଢ଼ୁଆ ବିମାନ ଅବତରଣ ପାଇଁ ବ୍ୟବସ୍ଥା ହୋଇଛି । ୩୪୧ କିଲୋମିଟର ଦୀର୍ଘ ଏହି ପୂର୍ବାଂଚଳ ଏକ୍ସପ୍ରେସ ୱେ ଲକ୍ଷ୍ନୌ ଜିଲ୍ଲାର ଲକ୍ଷ୍ନୌ ନିକଟବର୍ତୀ ଚଉଦସରାଇଠାରୁ ଆରମ୍ଭ ହୋଇ ଏନଏଚ-୭୩୧ ଲକ୍ଷ୍ନୌ-ସୁଲତାନପୁର ରୋଡ ଭାବେ ୟୁପି-ବିହାର ସୀମାର ୧୮ କିଲୋମିଟର ଦୂର ଜାତୀୟ ରାଜପଥ ୩୧ ହାଇଦରିଆଠାରେ ଶେଷ ହୋଇଛି । ଛଅ ଲେନ ପ୍ରସ୍ଥ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ଭବିଷ୍ୟତରେ ଆବଶ୍ୟକତା ଦୃଷ୍ଟିରୁ ଆଠ ଲେନ ବିଶିଷ୍ଟ ମଧ୍ୟ ହୋଇପାରିବ । ୨୨୫୦୦ କୋଟି ଟଙ୍କାରେ ନିର୍ମିତ ଏହି ପୂର୍ବାଂଚଳ ଏକ୍ସପ୍ରେସ ୱେ ଉତର ପ୍ରଦେଶର ପୂର୍ବଭାଗର ଆର୍ଥିକ ବିକାଶରେ ବିଶେଷ ସହାୟକ ହେବ । ଭାରତୀୟ ବାୟୁସେନାର ମିରାଜ ୨୦୦୦ ଓ ଏସୟୁ-୩୦ ଏମକେଆଇ ଯୁଦ୍ଧ ବିମାନ ସେଠାରେ ଉଡ଼ାଣ ଓ ଅବତରଣ କରିପାରିବ ବୋଲି ମଧ୍ୟ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Related Posts