FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଭାରତୀୟ ନୌସେନାରେ ମୁଖ୍ୟ ହେଲେ ଆଡମିରାଲ ଆର,ହରି କୁମାର

ଭାରତୀୟ ନୌସେନାରେ ମୁଖ୍ୟ ହେଲେ ଆଡମିରାଲ ଆର,ହରି କୁମାର

ଭାରତୀୟ ନୌସେନାରେ ମୁଖ୍ୟ ହେଲେ ଆଡମିରାଲ ଆର,ହରି କୁମାର
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଭାରତୀୟ ନୌସେନାରେ ନୂତନ ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଡମିରାଲ ଆର.ହରି କୁମାର । ଆଜି ସେ ନୌସେନାରୁ ଅବସର ନେଇଥିବା ଆଡମିରାଲ କରମବୀର ସିଂଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ଓ୍ବେଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର, କମାଣ୍ଡିଙ୍ଗ ଇନ ଚିଫ ଭାବେ କାର‌୍ୟ୍ୟ କରୁଥିଲେ । ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କୁ ସାଉଥ ବ୍ଲକ ଲନରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହା ପରେ ବିଦାୟୀ ନୌସେନା ମୁଖ୍ୟ ଓ ନୂଆ ନୌସେନା ମୁଖ୍ୟ ଜାତୀୟ ଯୁଦ୍ଧ ସ୍ମାରକୀ ଯାଇ ଅମର ଯବାନ ଜ୍ୟୋତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦାୟିତ୍ବ ନେବା ପରେ ଆଡମିରାଲ ହରି କୁମାର କହିଛନ୍ତି, ‘ଭାରତୀୟ ନୌ ସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବା ମୋ ପାଇଁ ଗର୍ବର ବିଷୟ । ଭାରତୀୟ ଜାତୀୟ ସ୍ବାର୍ଥର ସୁରକ୍ଷା ଓ ସାମୁଦ୍ରିକ ଆହ୍ବାନର ମୁକାବିଲା କରିବା ଆମର ମୁଖ୍ୟ ଲକ୍ଷ୍ୟ ରହିବ । ୧୨ ଏପ୍ରିଲ ୧୯୬୨ ରେ ଜନ୍ମଗ୍ରହଣ କରିଥିବା ଆଡମିରାଲ ହରି କୁମାର ଜାନୁଆରି ୧, ୧୯୮୩ରେ ଭାରତୀୟ ନୌସେନାର ଯୋଗ ଦେଇଥିଲେ । ନିଜର ୩୯ ବର୍ଷର କାର‌୍ୟ୍ୟକାଳରେ ସେ ନୌସେନାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବୀରେ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts