୫୮୦ ବର୍ଷ ପରେ ଦେଖାଯିବ ଏହି ଶତାବ୍ଦୀର ଚନ୍ଦ୍ରଗହଣ

SHARE NOW :
ନୂଆଦିଲ୍ଲୀ ( ଲାଇଭ ଓଡିଶା ନ୍ୟୁଜ୍) : ଆକାଶରେ ଦୃଶ୍ୟମାନ ହେବ ଚନ୍ଦ୍ରଗହଣ । ନଭେମ୍ବର ୧୮-୧୯ରେ ଦେଖାଦେବ ଏହି ଶତାବ୍ଦୀର ଆଂଶିକ ଚନ୍ଦ୍ରଗହଣ । ଏହି ଆଂଶିକ ଚନ୍ଦ୍ରଗହଣ ୩ ଘଣ୍ଟା ୨୮ ମିନିଟ୍ ୨୩ ସେକେଣ୍ଡ ଲମ୍ବା ରହିବ । ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ଆମେରିକାର ୫୦ ଟି ରାଜ୍ୟରେ ଦୃଶ୍ୟମାନ ହେବ । ସେଥିପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏହି ଦୃଶ୍ୟକୁ ନିଜ କ୍ୟାମେରାରେ ରେକର୍ଡ କରିବାକୁ ପ୍ରସ୍ତୁତ ରହିଛନ୍ତି।
ଆମେରିକାର ସ୍ପେସ୍ ଏଜେନ୍ସି ଘଇଝଇ ଅନୁଯାୟୀ, ଏହି ଦୀର୍ଘ ଚନ୍ଦ୍ରଗ୍ରହଣ ୫୮୦ ବର୍ଷ ପରେ ଘଟୁଛି। ହେଲେ ଭାରତ ଏହାକୁ ଦେଖିପାରିବ ନାହିଁ। ଏହି ଚନ୍ଦ୍ରଗ୍ରହଣକୁ ‘ଦି ମାଇକ୍ରୋ ବିଭର ମୁନ୍’ କୁହାଯାଏ ବୋଲି କୁହାଯାଉଛି। କାରଣ ଏହା ପୃଥିବୀଠାରୁ ସର୍ବାଧିକ ଦୂରତାରେ ରହିଥାଏ।
ଇଣ୍ଡିଆନାର ବଟଲର ୟୁନିଭରସିଟିରେ ଅବସ୍ଥିତ ହୋଲକମ୍ବ ଅବଜରଭେଟୋରୀ ଅନୁଯାୟୀ, ଆଂଶିକ ଚନ୍ଦ୍ରଗ୍ରହଣ ଅର୍ଥ ହେଉଛି ଯେତେବେଳେ ପୃଥିବୀର ଛାୟା ଚନ୍ଦ୍ରର ମାତ୍ର ୯୭ ପ୍ରତିଶତକୁ ଆଚ୍ଛାଦନ କରେ ତାହାକୁ ଆଂଶିକ ଚନ୍ଦ୍ରଗ୍ରହଣ କୁହାଯାଏ। ଯେଉଁଥିପାଇଁ ଏହି ଶତାବ୍ଦୀର ଏହା ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଏହାପୂର୍ବରୁ ୨୦୧୮ରେ, ଏକ ଘଣ୍ଟା ୪୩ ମିନିଟର ଚନ୍ଦ୍ରଗ୍ରହଣ ହୋଇଥିଲା। ଯେତେବେଳେ କି, ଏଥର ଚନ୍ଦ୍ରଗ୍ରହଣ ୩ ଘଣ୍ଟା ୨୮ ମିନିଟ୍ ୨୩ ସେକେଣ୍ଡ ଲମ୍ବା ହେବାକୁ ଯାଉଛି।
କେମିତି ହୋଇଥାଏ ଚନ୍ଦ୍ର ଗ୍ରହଣ :
ଯେତେବେଳେ ସୁର୍ୟ୍ୟ ଓ ଚାନ୍ଦ ମଝିରେ ପୃଥିବୀ ଆସିଯାଏ ସେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ। ପୃଥିବୀର ଛାୟା ହେତୁ ଚନ୍ଦ୍ରର ଆଲୋକ ଭୂମିରେ ପଡ଼େ ନାହିଁ। ପୃଥିବୀର ଛାୟା ସମଗ୍ର ଚନ୍ଦ୍ରକୁ ଘୋଡ଼ାଇ ରଖିଥାଏ। ଯେଉଁଥିପାଇଁ ଚନ୍ଦ୍ର ବେଳେବେଳେ ଲାଲ ରଙ୍ଗରେ ଦେଖାଯାଏ। କାରଣ ସୂର୍ୟ୍ୟକିରଣ ପୃଥିବୀର ଛାୟାର ଗଭୀର ଅଂଶକୁ ସିଧାସଳଖ ଆଘାତ କରେ ନାହିଁ। ସୂର୍ୟ୍ୟକିରଣ ଆମ ବାୟୁମଣ୍ଡଳ ଦେଇ ଗତି କରେ। ଯେହେତୁ ଲାଲ ଏବଂ କମଳା ତରଙ୍ଗ ପୃଥିବୀର ବାୟୁମଣ୍ଡଳ ଦେଇ ଗତି କରେ, ଯାହାଫଳରେ ଏହା ଏକ ମେହୋଗାନି ଲାଲ ରଙ୍ଗ ସୃଷ୍ଟି ହୁଏ କରେ, ଯେଉଁଥିପାଇଁ ଚନ୍ଦ୍ର ଲାଲ ଦେଖାଯାଏ।
ଏହି ବିରଳ ଚନ୍ଦ୍ରଗ୍ରହଣ ଆଫ୍ରିକା, ମଧ୍ୟ ପୂର୍ବ ଏବଂ ପଶ୍ଚିମ ଏସିଆରୁ ଦୃଶ୍ୟମାନ ହେବ ନାହିଁ। ଏହା ପରେ, ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨୦୨୨ ମେ ୧୫-୧୬ ରେ ଦେଖାଯିବ। ଏହା ପରେ ୨୦୨୨ ନଭେମ୍ବର ୭-୮ ରେ ଆଉ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଘଟିବ।