- Home
- »
- Breaking News
- »
- ରାଜଧାନୀରେ ମା ଓ ଝିଅକୁ ନିର୍ଦ୍ଧୁମ ମାଡ, କ୍ୟାମେରାରେ କଏଦ ହେଲା ଦୃଶ୍ୟ
ରାଜଧାନୀରେ ମା ଓ ଝିଅକୁ ନିର୍ଦ୍ଧୁମ ମାଡ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ମା ଝିଅଙ୍କୁ ନିଧୁମ ପିଟିଲେ ୪ଜଣ ଯୁବକ ଯୁବତୀ । କ୍ୟାମେରାରେ କଏଦ ହୋଇଛି ଘଟଣାର ପୁରା ଦୃଶ୍ୟ । କଏଦ ଦୃଶ୍ୟକୁ ଦେଖିଲେ ଆପଣ ବି କିଛିକ୍ଷଣ ପାଇଁ ହୋଇଯିବେ ବିଚଳିତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଳୀରେ । ଘଟଣାକ୍ରମେ ସେଦିନ ଥିଲା ନଭେମ୍ବର୧୯ ଉତ୍ତର ପଶ୍ଚିମ ଦିଲ୍ଳୀର ଶାଲିମାର ବାଗର ଆବାସିକ ଅଂଚଳରେ ଘଟିଥିବା ଘଟଣାର ସିସିଟିଭି ଫୁଟେଜ ଏବେ ସମ୍ନାକୁ ଆସିଛି । ଭିଡିଓ ଅନୁସାରେ, ୩୮ ବର୍ଷୀୟ ମହିଳା ଜଣଙ୍କ ଗାଡ଼ି ପାର୍କିଂ କରୁଥିବା ବେଳେ ତାଙ୍କ ଝିଅ ଏହା ମଧ୍ୟରୁ ଓହ୍ଲାଇଥିଲେ। ହଠାତ୍ ପାର୍କିଂ ସ୍ଥଳରେ ବସିଥିବା ୨ ଜଣ ଯୁବତୀ ସେଠାରେ ପହଞ୍ଚି ମହିଳାଙ୍କ ଝିଅଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ। ଏହା ଦେଖି ମହିଳା ଜଣଙ୍କ ଗାଡ଼ିରୁ ଓହ୍ଲାଇବା ସହ ଝିଅକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ।ଆଉ ଠିକ ଏହି ସମୟରେ ୨ ଜଣ ଯୁବକ ଦୌଡ଼ି ଆସି ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ। ସେମାନେ ମହିଳାଙ୍କୁ ଗୋଇଠା, ବିଧା ଓ ଲାଠିରେ ପ୍ରବଳ ପିଟିପିଟି ଥିଲେ। କିଛି ସମୟ ପରେ ସେଠାରୁ ସମସ୍ତେ ଦୌଡ଼ି ଚାଲି ଯାଇଥିଲେ। ମହିଳା ଓ ତାଙ୍କ ଝିଅ ରହୁଥିବା ଆବାସିକ କଲୋନୀରେ ହିଁ ଏପରି ଘଟଣା ଘଟିଛି। ଘଟଣା ପରେ ଉଭୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରୁ ସୁସ୍ଥ ହେବା ପରେ ସେମାନେ ପୁଲିସ୍ରେ ଏନେଇ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ୍ ଆଇପିସିର ୩୨୩, ୩୪୧,୩୫୪, ୩୫୪ବି, ୩୫୬, ୩୭୯, ୫୦୬ ଓ ୩୪ ଆଧାରରେ ମାମଲା ରୁଜୁ କରିଛି। ପୁଲିସ୍ ତଦନ୍ତ ବେଳେ ସିସିଟିଭିକୁ ଯାଞ୍ଚ କରିଥିଲା। ଏହାକୁ ଆଧାର କରି ପୁଲିସ୍ ମେଗା ଓ ନେହା ନାମକ ଦୁଇ ଜଣ ଯୁବତୀଙ୍କୁ ଗିରଫ କରିଛି। ଏବେ ଫେରାର ଦୁଇ ଯୁବକଙ୍କୁ ଧରିବାକୁ ପ୍ରୟାସ ଚାଲିଛି। ଏପରି କି ସେମାନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିବାକୁ ପୁଲିସ୍ ପ୍ରକ୍ରିୟା ଆରମ୍ଭ କରିଛି।